Latest Odisha News

ଦୁର୍ଘଟଣାରେ ଟ୍ରାଫିକ ପୋଲିସଙ୍କ ମୃତ୍ୟୁ ଘଟଣା; ଧରାପଡିଲା ଟ୍ରକ୍ ଡ୍ରାଇଭର

ଭୁବନେଶ୍ୱର: ଭୁବନେଶ୍ୱରର ଜୟଦେବ ବିହାର ଫ୍ଲାଏ ଓଭର ନିକଟ NH-16 ରେ ଜଣ‌େ ଟ୍ରାଫିକ୍ ପୋଲିସ୍ କନଷ୍ଟେବଳଙ୍କୁ ଗାଡି ଧକ୍କା ଦେବା ଘଟଣାରେ ମଙ୍ଗଳବାର ଦିନ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପ‌ୋଲିସ।

ସମ୍ପୃକ୍ତ ଅଭିଯୁକ୍ତ ଜଣକ କଟକ ଜିଲ୍ଲାର ଗହିରାଗଡିଆର ପ୍ରଶାନ୍ତ କୁମାର ନାୟକ ବୋଲି ଜଣାପଡିଛି। ତାକୁ ଭୁବନେଶ୍ୱରର ରସୁଲଗଡରୁ ଗିରଫ କରାଯାଇଛି ବ‌ୋଲି ପୋଲିସ ସୁତ୍ରରୁ ପ୍ରକାଶ। ଶନିବାର ରାତି ପ୍ରାୟ ୧୦ଟା ୧୦ ସମୟରେ ଏକ ବ୍ରାଉନ ରଙ୍ଗର ଟ୍ରକ ତାଙ୍କୁ ଧକ୍କା ଦେବା ପରେ ଟ୍ରାଫିକ ପୋଲିସ କନଷ୍ଟେବଳ ମଧୁସୂଦନ କିର୍ଶାନୀଙ୍କ ମୃତ୍ୟୁ ଘଟିଛି।

ସୂଚନାନୁସାରେ, ରାତିର‌େ ସେ ମୋଟର ସାଇକେଲରେ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ସ‌େ ମାଲକାନଗିରିର ବାସିନ୍ଦା ହୋଇଥିବା ବେଳେ ରାମ ମନ୍ଦିର ସ୍କୋୟାର ଟ୍ରାଫିକ ପୋଷ୍ଟରେ ନିୟୋଜିତ ହୋଇଥିଲ‌େ। ତେବେ ସିସିଟିଭି ଆଧାରରେ ଦୁର୍ଘଟଣା ଘଟାଇଥିବା ଗାଡିକୁ ଖ‌ୋଜିଥିଲା ପ‌ୋଲିସ।

Leave A Reply

Your email address will not be published.