ଭୁବନେଶ୍ୱର: ବେଆଇନ୍ ସୁନା ଚାଲାଣ କରୁଥିବା ଅଭିଯୋଗରେ ଡାଇରେକ୍ଟୋରେଟ ଅଫ ରେଭିନ୍ୟୁ ଇଣ୍ଟେଲିଜେନ୍ସି (DRI) ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିଙ୍କ ପାଖରୁ ଫରେନ ମାର୍କ ଥିବା ୨.୪୬୫ କେଜି ବେଆଇନ ସୁନା ଜବତ କରିଛି । ଏହି ସୁନା ବିସ୍କୁଟ ଭୁବନେଶ୍ୱରରୁ ଜବତ କରାଯାଇଛି ।
ବିଦେଶରୁ ସୁନା ଚାଲାଣ ବେଳେ ଖବର ପାଇ ଡିଆରଆଇ ପକ୍ଷରୁ ରାଜଧାନୀର ବିଭନ୍ନ ସ୍ଥାନରେ ଚଢାଉ କରା ଯାଇଥିଲା । ଏହି ଘଟଣାରେ ଜଣଙ୍କୁ ଗିରଫ କରିବା ସହ ପ୍ରାୟ ଅଢେଇ କିଲୋର ସୁନା ଜବତ କରିଛି ଡିଆରଆଇ । ଅଧିକାରୀକ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଏହି ସୁନା ଦେଶ ଭିତରେ ଚାଲାଣ ହେଉଥିଲା ।
ଗିରଫ ବ୍ୟକ୍ତିଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇଛି । ତାଙ୍କୁ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିଛି ରାଜସ୍ୱ ଗୁଇନ୍ଦା ବିଭାଗ । ଘଟଣାର ତନାଘନା ଚାଲିଛି ।
Comments are closed.