ହଜାରିବାଗ: ଝାଡଖଣ୍ଡର ହଜାରିବାଗ ଜିଲ୍ଲାରେ ଘଟିଯାଇଛି ଅଭାବନୀୟ ଘଟଣା। ପତ୍ନୀଙ୍କ ସହ ଝଗଡ଼ା ପରେ କୂଅକୁ ଡେଇଁ ପଡିଛନ୍ତି ଜଣେ ବ୍ଯକ୍ତି। ଆଉ ତାଙ୍କୁ ବଞ୍ଚାଇବାକୁ ଯାଇ ୪ ଜଣଙ୍କ ମୃତ୍ଯୁ ଘଟିଛି।
ସୂଚନା ଅନୁଯାୟୀ, ପତ୍ନୀଙ୍କ ସହ କୌଣସି କାରଣବଶତଃ ଝଗଡ଼ା ପରେ ସୁନ୍ଦର କରମାଲି (୨୭) ନାମକ ଜଣେ ବ୍ୟକ୍ତି କୂଅକୁ ଡେଇଁପଡ଼ିଥିଲେ। ଯାହାପରେ ତାଙ୍କୁ ବଞ୍ଚାଇବା ପାଇଁ ୪ ଜଣ ଯୁବକ କୂଅ ଭିତରେ ପଶିଥିଲେ।
ବିଷ୍ଣୁଗଡ ସବ-ଡିଭିଜନାଲ ଥାନାଧିକାରୀ (ଏସଡିପିଓ) ବି.ଏନ ପ୍ରସାଦ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “କ୍ରୋଧାନ୍ବିତ କରମାଲି ତାଙ୍କ ମୋଟରସାଇକେଲକୁ ନେଇ କୂଅକୁ ଡେଇଁଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ଜଣେ ଜଣେ କରି ଅନ୍ୟ ଚାରି ଜଣ ମଧ୍ଯ କୂଅକୁ ଓହ୍ଲାଇଥିଲେ। ହେଲେ ସମସ୍ତ ୫ ଜଣଙ୍କର ମୃତ୍ଯୁ ଘଟିଥିଲା।
ତେବେ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ଏହି ଘଟଣା ପରେ କୂଅକୁ ଘୋଡାଇ ଦିଆଯିବା ସହ ସେଠାକୁ ନଯିବାକୁ କୁହାଯାଇଥିବା ନେଇ ଜଣେ ଅଧିକାରୀ ପ୍ରକାଶ କରିଛନ୍ତି।
Comments are closed.