Latest Odisha News

BREAKING NEWS

ରକ୍ତ ସମ୍ପର୍କରେ ରକ୍ତପାତ: ଭାଇର ଜୀବନ ନେଇଗଲା ଭାଇ

ବଣାଇ: ରକ୍ତ ସମ୍ପର୍କରେ ରକ୍ତର ଛିଟା । ଭାଇ ନେଲା ଭାଇର ଜୀବନ । ବିଲ ହଡ଼ିକୁ କେନ୍ଦ୍ର କରି ରକ୍ତପାତ । ବଡ଼ ଭାଇର କୋଦାଳ ଚୋଟରେ ସାନ ଭାଇର ମୃତ୍ୟୁ ହୋଇଛି । ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ି ଥାନା ଅନ୍ତର୍ଗତ ଜୁନିଅନୀ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ପ୍ରଧାନ ମୁଣ୍ଡା । ଏହି ଘଟଣାରେ ପୋଲିସ ଅଭିଯୁକ୍ତ ଟପିଆ ମୁଣ୍ଡାକୁ ଗିରଫ କରିଛି ।

ଅଭିଯୋଗ ହୋଇଛି, ବହୁ ଦିନକୁ ଜମିବାଡ଼ିକୁ ନେଇ ଟପିଆ ମୁଣ୍ଡା ଓ ପ୍ରଧାନ ମୁଣ୍ଡାଙ୍କ ଭିତରେ ବିବାଦ ଥିଲା । ସାନ ଭାଇ ପ୍ରଧାନ ମୁଣ୍ଡା ନିଜ ବିଲରେ ହିଡ଼ ଦେଉଥିବା ବଡ଼ଭାଇ ଜମିରେ କାଦୁଅ ପଡ଼ିଥିଲା । ଏହାକୁ କେନ୍ଦ୍ର ଦୁଇ ଭାଇଙ୍କ ଭିତରେ ଝଗଡ଼ା ହୋଇଥିଲା ।

ଉତ୍ୟକ୍ତ ବଡ଼ଭାଇ ଟପିଆ ମୁଣ୍ଡା ସାନ ଭାଇକୁ କୋଦାଳରେ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ପ୍ରଧାନ ମୁଣ୍ଡାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ଘଟଣାର ଅଧିକ ଖୋଳତାଡ କରୁଛି ।

Leave A Reply

Your email address will not be published.