Latest Odisha News

ବାଣ ବିସ୍ଫୋରଣରେ ବାପା ମୃତ, ଝିଅ ଗୁରୁତର ଭାବେ ଏସସିବି ସ୍ଥାନାନ୍ତର

ଯାଜପୁର: ରବିବାର ସନ୍ଧ୍ୟାରେ ବାଣ ବିସ୍ଫୋରଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଝିଅ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଅଳକୁଣ୍ଡା ଥାନା ଅନ୍ତର୍ଗତ ବାସୁଦେବପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଗାଁର କାଳନ୍ଦୀ ମଲ୍ଲିକ ନାମକ ଏହି ବ୍ୟକ୍ତି ବାଣ ପ୍ରସ୍ତୁତ କରୁଥିବା ବେଳେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ଘଟଣାସ୍ଥଳରେ କାଳନ୍ଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଝିଅ ବେଙ୍ଗୁଲି ମଲ୍ଲିକ ଗୁରୁତର ଆହତ ହୋଇଛନ୍ତି।

ବିସ୍ଫୋରଣର ଶବ୍ଦ ଶୁଣି ଗାଁ ଲୋକେ ସେମାନଙ୍କ ଘରକୁ ଯାଇ ଉଭୟଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ସେଠାରେ ଡାକ୍ତର କାଳନ୍ଦୀଙ୍କୁ ମୃତ ଘୋଷଣା କରିବା ସହ ତାଙ୍କ ଝିଅର ଚିକିତ୍ସା ଆରମ୍ଭ କରିଥିଲେ। ପରେ ନାବାଳିକାଙ୍କୁ କଟକସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ହସ୍ପିଟାଲର ଡାକ୍ତର ନୀଳମଣି ତିଳକ ଚାନ୍ଦ ବେହେରା କହିଛନ୍ତି, ଝିଅଟି ବିସ୍ଫୋରଣରେ ଆହତ ହୋଇଛି। ତାଙ୍କ ଶରୀରର 60% ଅଂଶ ପୋଡ଼ି ଯାଇଛି। ମୁଁ ପ୍ରାଥମିକ ଚିକିତ୍ସା କରିଥିଲି। ଯେହେତୁ ଏହା ଏକ ଗୁରୁତର ମାମଲା ତେଣୁ ମୁଁ ତାଙ୍କୁ ଏସସିବିକୁ ରେଫର୍ କରିଛି। ସେପଟେ କାଳନ୍ଦୀଙ୍କ ପରିବାର ଲୋକେ ଦାବି କରିଛନ୍ତି ଯେ, ତାଙ୍କ ଘରେ କୌଣସି ବାଣ ବିସ୍ଫୋରଣ ହୋଇନାହିଁ।

ଉଲ୍ଲେଖଯୋଗ୍ୟ, ନିକଟରେ ରାଜଧାନୀ ଭୁୁବନେଶ୍ୱର ଉପକଣ୍ଠ ଭିଏସଏସ ନଗର ଏବଂ ଖୋର୍ଦ୍ଧାରେ ବାଣ ବିସ୍ଫୋରଣ ହେବାରୁ ପ୍ରାଣହାନୀ ହୋଇଥିଲା। ବାଣି ଭିଡୁଥିବା ବେଳେ ହଠାତ ବିସ୍ଫୋରଣ ହେବାରୁ ଉଭୟ ଘଟଣାରେ ପ୍ରାଣହାନୀ ହୋଇଥିଲା।

Comments are closed.