କୋଲକାତା: ମାସ୍କ ନ ପିନ୍ଧିବାରୁ ଦିବ୍ୟାଙ୍ଗ ପୁଅକୁ ଗଲା କାଟି ହତ୍ୟା କଲା ବାପା । ଏଭଳି ଅଭାବନୀୟ ଘଟଣା ଘଟିଛି ପଶ୍ଚିମବଙ୍ଗରେ । ଏହାପରେ ହତ୍ୟାକାରୀ ବାପା ପୋଲିସ ଷ୍ଟେସନକୁ ଯାଇ ଆତ୍ମ ସମର୍ପଣ କରିଛି ।
ସୂଚନାମୁତାବକ, ଶନିବାର ଅପରାହ୍ନରେ ଅଭିଯୁକ୍ତ ବଂଶିଧର ମଲ୍ଲିକ ନିଜ ୪୫ ବର୍ଷୀୟ ଦିବ୍ୟାଙ୍ଗ ପୁଅକୁ ବାହାରକୁ ଯିବା ସମୟରେ ମାସ୍କ ପିନ୍ଧିବାକୁ କହିଥିଲେ । କିନ୍ତୁ ପୁଅ ଶୁଣିନଥିଲା । ଏହପରେ ବଂଶିଧର ରାଗିଯାଇ ପୁଅର ଗଳା କାଟି ହତ୍ୟା କରିଥିଲେ । ହତ୍ୟା କରିବା ପରେ ସନ୍ଧ୍ୟାରେ ବଂଶିଧର ଶ୍ୟାମପୁକୁର ପୋଲିସ ଷ୍ଟେସନକୁ ଆସି ଆତ୍ମ ସମର୍ପଣ କରିଛନ୍ତି ।
ପୋଲିସ ଅଭିଯୁକ୍ତର ଘରକୁ ଯାଇ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଖୋଲତାଡ ଆରମ୍ଭ କରିଛି । ସେପଟେ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ହତ୍ୟା ମାମଲା ରୁଜୁ କରିଛି ।
BREAKING NEWS
- ମଝି ଆକାଶରେ ପାଇଲଟକୁ ଛୁରାମାଡ଼, ଅଳ୍ପକେ ବର୍ତ୍ତିଲେ ୧୮୦ ଯାତ୍ରୀ
- ଭାରତକୁ ‘ଉଚ୍ଚଜାତି ହିନ୍ଦୁ ରାଷ୍ଟ୍ର’ କରିବା ପାଇଁ ଚାହୁଁଛି SIR: ନିର୍ମଳା ସୀତାରମଣଙ୍କ ସ୍ୱାମୀ ପରକଲା ପ୍ରଭାକର
- Modi Cabinet: ମୋଦୀ କ୍ୟାବିନେଟ୍ର ବଡ଼ ନିଷ୍ପତ୍ତି; ୬ ରବି ଫସଲର MSP ବଢ଼ିଲା, ଗ୍ରୀନ୍ ଏନର୍ଜି କରିଡରକୁ ମଞ୍ଜୁରୀ
- Koffee With Karan: ସିଜିନ୍-୯ ପରେ ଶୋ’ ଶେଷ, ଭାବବିହ୍ୱଳ ଭିଡିଓ ପୋଷ୍ଟ
- Chambal to UPSC: ଜେଜେ ଚମ୍ବଲର ଡକାୟତ! ନାତି ବାଛିଲେ ଅଲଗା ରାସ୍ତା; UPSCରେ ସଫଳ ହୋଇ ଏବେ ସିଭିଲ ସର୍ଭିସରେ
- ‘Save Democracy’: ବଡ ଘୋଷଣା କଲା ଇଣ୍ଡି ମେଣ୍ଟ, ଜିଲ୍ଲା ଜିଲ୍ଲାରେ ‘ଲୋକତନ୍ତ୍ର ବଞ୍ଜାଅ’ ଆନ୍ଦୋଳନ, ୬ରେ EC ଅଫିସ୍ ଘେରିବେ ବିରୋଧୀ ସାଂସଦ
- ଦିଲ୍ଲୀ ଦଙ୍ଗା ସମ୍ବନ୍ଧୀୟ UAPA ମାମଲା, ଉମର ଓ ସର୍ଜିଲଙ୍କୁ ମିଳିଲାନି ବେଲ୍
- ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା; ରୋଷେୟାକୁ ଗିରଫ କଲା ପୋଲିସ
- Fly Dubai Hijack Scare: ଜରୁରୀ ଅବତରଣ, ସେନାର ତଦନ୍ତ
- ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ; ସହକାରୀ ନିର୍ଦ୍ଦେଶକଙ୍କ ରହିଛି ୪ କୋଠା, ୩୦ ପ୍ଲଟ…

Comments are closed.