Latest Odisha News

BREAKING NEWS

ବାଣ ଭିଡୁଥିଲା ବେଳେ ବିସ୍ଫୋରଣ, ଜଣେ ମୃତ

କଟକ: କଟକ ସଦର ଥାନା ଅଧୀନରେ ଥିବା ଖଲର୍ଦ୍ଦା ନିକଟସ୍ଥ ହାତୀଗଡ଼ାରେ ରବିବାର ଦିନ ଏକ ଘରେ ବେଆଇନ ଭାବରେ ବାଣ ତିଆରି ହେଉଥିବା ସମୟରେ ବିସ୍ଫୋରଣ ଘଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ବୈକୁଣ୍ଠ ସାମଲ ନାମକ ବ୍ୟକ୍ତିଙ୍କ ଘରେ ଏହି ବିସ୍ଫୋରଣ ଘଟିଥିଲା। ଏଥିରେ ତାଙ୍କର ଆଜବେଷ୍ଟସ୍ ଘର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ନାମ ସୁରେଶ ଭୋଇ ଥିବା ନେଇ ଜଣାପଡ଼ିଛି।

ଅପରପକ୍ଷରେ ଦୁର୍ଘଟଣାର ଖବର ପାଇ ବାରଙ୍ଗ ଅଗ୍ନିଶମ ସେବା କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପରେ ମୃତଦେହକୁ ଉଦ୍ଧାର କରି ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରାଯାଇଥିଲା।

 

Comments are closed.