Latest Odisha News

BREAKING NEWS

ସୁବର୍ଣ୍ଣପୁର ଜିଲ୍ଲାରେ ଗ୍ୟାସ ଟାଙ୍କି ଫାଟି ଜଣେ ମୃତ

ସୁବର୍ଣ୍ଣପୁର:ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ସାନକିରାସିରା ଗାଁରେ ଗ୍ୟାସ ଟାଙ୍କି ଫାଟି ଜଣଙ୍କର ମୃତ୍ୟୁ ଘଟିବା ସହ ୨ ବଖରା ଘର ଭସ୍ମ ହୋଇଛି ।

ମିଳିଥିବା ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ସାନକିରାସିରା ଗାଁର ସିନୁ ପ୍ରଧାନ ଘରେ ଏକା ଥିବାବେଳେ ଗ୍ୟାସ ଯୋଗେ ରୋଷେଇ କରୁଥିଲେ । ତେବେ କୌଣସି କାରଣରୁ ହଠାତ ଗ୍ୟାସ ଟାଙ୍କି ଫାଟି ବଡ଼ ବିସ୍ଫୋରଣ ହୋଇଥିଲା । ଉକ୍ତ ଘରର ସାମ୍ନା ଘର ଏକ ପେଟ୍ରୋଲ ଦୋକାନ ହୋଇଥିବାରୁ ଏହାର ପ୍ରଭାବରେ ୨ ବଖରା ଘର ସମ୍ପୁର୍ଣ୍ଣଭାବେ ଭଷ୍ମ ହୋଇଯାଇଛି ।

ଏହି ବିସ୍ପୋରଣରେ ସିନୁ ପ୍ରଧାନଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଖବର ପାଇ ବୀରମହାରାଜପୁର ଦମକଳ ବିଭାଗ ଘଟଣା ସ୍ଥଳରେ ପହଂଚି ନିଆଁକୁ ଲିଭାଇବା ସହ ମୃତ ଦେହକୁ ଉଦ୍ଧାର କରାଯାଇଛି ।ଘଟଣା ସ୍ଥଳରେ ସୁବଳୟା ପୋଲିସ ପହଂଚି ଅଧିକ ଅନୁସନ୍ଧାନ କରୁଛି ।

Leave A Reply

Your email address will not be published.