Latest Odisha News

BREAKING NEWS

କରୋନା ପାଇଁ ବିବାହ ଘୁଂଚାଇଲେ କନେଷ୍ଟବଳ !

ବାରିପଦା: କରୋନା ଲଢେଇରେ ନିୟୋଜିତ ଥିବା ଜଣେ ଟ୍ରାଫିକ୍ କନେଷ୍ଟବଳ ନିଜ ବିବାହକୁ ଘୁଂଚାଇଦେଇଛନ୍ତି । ଏଭଳି ଏକ ଘଟଣା ମୟୁରଭଂଜ ଜିଲ୍ଲା ସଦର ମହକୁମା ବାରିପଦାରେ ସାମ୍ନାକୁ ଆସିଥିଲାବେଳେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ବାରିପଦା ଟାଉନରେ କାର୍ଯ୍ୟରତ ଟ୍ରାଫିକ୍ କନେଷ୍ଟବଳ ସୁଦୀପ କୁମାର ମହାନ୍ତି । ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ କାର୍ଯ୍ୟରତ ଜଣେ ଷ୍ଟାଫ ନର୍ସଙ୍କ ସହିତ ବିବାହ କରିଥାନ୍ତେ । ଫେବ୍ରୁଆରୀ ୧୭ରେ ନିର୍ବନ୍ଧ ସରିଥିଲାବେଳେ ଅପ୍ରେଲ୍ ୨୬ରେ ହୋଇଥାନ୍ତା ବିବାହ ।

ଏ ନେଇ ଉଭୟ ପରିବାରବର୍ଗଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ବି ସରିଥିଲା । ହେଲେ କରୋନା ଲଢେଇରେ ଉଭୟ ସାମିଲ ଥିବାରୁ ପରିବାର ଲୋକଙ୍କ ସମ୍ମତିକ୍ରମେ ପରିସ୍ଥିତି ସ୍ୱଭାବିକ ହେବା ପରେ ବିବାହ କରିବାକୁ ନିଷ୍ପତି ନେଇଛନ୍ତି ।

ଦେଶ, ରାଜ୍ୟ ଓ ସମାଜ ପ୍ରତି ସୁଦୀପ ଓ ତାଙ୍କ ଭାବିପତ୍ନୀଙ୍କ କର୍ତ୍ତବ୍ୟପରାୟଣତା ବିଭିନ୍ନ ମହଲରେ ପ୍ରଶଂସା ସାଉଣ୍ଟିଛି ।

Leave A Reply

Your email address will not be published.