Latest Odisha News

BREAKING NEWS

ଇନ୍ଦୋରରେ କୁକୁର ଭୁକିବାରୁ ବୃଦ୍ଧାଙ୍କୁ ହତ୍ୟା କଲେ ଯୁବକ

ଭୋପାଳ: ଆଜିକାଲି ଲୋକ ଚୋରି, ଡକାୟତି ଓ ଅପହରଣ କରି ହତ୍ୟା କରିଥିବା ଖବର ଆମେ ଦେଖୁଛେ। ହେଲେ ମଧ୍ୟପ୍ରଦେଶ ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମନାକୁ ଆସିଛି । କୁକୁର ଭୁକିବାରୁ ବୃଦ୍ଧାଙ୍କୁ ଜଣେ ଯୁବକ ହତ୍ୟା କରିଛି। ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ।

ପୋଲିସର ସୂଚନା ମୁତାବକ, ମୁସାଖେଡି ଅଂଚଳରେ ଏଭଳି ଘଟଣା ଘଟିଛି। ବୃଦ୍ଧା ଜଣକ ଘରେ କୁକୁର ପାଳିଥିଲେ । ରାତି ପ୍ରାୟ ୧୦ଟା ୩୦ରେ ଅଭିଯୁକ୍ତ ନିଜ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ ।ଏହି ସମୟରେ ହଠାତ କୁକୁର ତାଙ୍କୁ ଦେଖି ଭୁକିବା ଆରମ୍ଭ କରିଦେଇଥିଲା । ତେଣୁ ସେ ସେଠାରୁ ଆଗକୁ ଯାଇ ପାରିନଥିଲେ । ଏହି ସମୟରେ ୬୫ବର୍ଷୀୟା ବୃଦ୍ଧା ଘରୁ ପଦାକୁ ଆସିଲେ । ଏହାପରେ ଉଭୟଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଗଲା । ଯୁବକ ଜଣଙ୍କ ମହିଳାଙ୍କ ପେଟକୁ ଲାତ ମାରିବା କାରଣରୁ ସେ ତଳେ ପଡିଯାଇଥିଲେ । ଏହାପରେ ହସ୍ପିଟାଲ ନେବାବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।
ଏନେଇ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି । ମହିଳାଙ୍କ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି।

 

Comments are closed.