Latest Odisha News

ସାଙ୍ଗକୁ ବାଣ ପେଟି ଉପରେ ବସାଇ ନିଆଁ ଲଗାଇଦେଲେ, ଆଉ ତା’ପରେ.

ବେଙ୍ଗାଲୁରୁ: ଦିପାବଳୀ ଅବସରରେ କିଛି ପିଲାମାନେ ନିଜ ବନ୍ଧୁଙ୍କ ସହ ଏଭଳି ଥଟ୍ଟାମଜା କରିଛନ୍ତି ଯେ ତାଙ୍କର ଜୀବନ ଚାଲିଯାଇଛି।

ଏଭଳି ଏକ ଘଟଣା ବେଙ୍ଗାଲୁରୁରେ ଘଟିଛି। ମୃତ ଯୁବକଙ୍କର ବୟସ ୩୨ ବର୍ଷ ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ଦୀପାବଳି ଅବସରରେ ୩୨ ବର୍ଷୀୟ ଶବାରିଶ ଓ ତାଙ୍କ ସାଙ୍ଗମାନେ ବାଣ ଫୁଟାଇବା ସହ ପ୍ରଚୁର ମଦ ପିଇଥିଲେ। ପରେ କିଛି ଯୁବକ ମିଶି ବେରୋଜଗାର ଥିବା ସାଙ୍ଗ ଶବାରିଶକୁ ଏକ ଚାଲେଞ୍ଜ ଦେଇଥିଲେ। ଯଦି ସେ ବାଣ ପେଟି ଉପରେ ବସିବେ ତା’ହେଲେ ସେମାନେ ତାଙ୍କୁ ଗୋଟିଏ ଅଟୋ କିଣି ଦେବେ। ଉଜ୍ଜ୍ବଳ ଭବିଷ୍ୟତକୁ ନଜରରେ ରଖି ଉକ୍ତ ଯୁବକ ସାହାସ ଦେଖାଇ ବାଣ ପେଟି ଉପରେ ବସିଯାଇଥିଲେ। ଏହା ପରେ ସାଙ୍ଗମାନେ ତଳୁ ନିଆଁ ଲଗାଇ ଦେଇଥିଲେ। ପରେ ସମସ୍ତେ ଜଣକ ପରେ ଜଣେ ଦୌଡି ପଳାଇଥିଲେ।

ବାଣ ପେଟିରେ ନିଆଁ ଲାଗିବା ମାତ୍ରେ ସେଠାରେ ଏକ ବଡ଼ ବିସ୍ଫୋରଣ ହୋଇଥିଲା ଏବଂ ଏଥିରେ ବସିଥିବା ଯୁବକ ତଳେ ପଡ଼ିଯାଇଥିଲେ। ଦେଖୁଦେଖୁ ଉକ୍ତ ଯୁବକଙ୍କ ଜୀବନ ଚାଲିଯାଇଥିଲା। ତେବେ ଏହି ଘଟଣାର ଏକ ସିସିଟିଭି ଭିଡିଓ ସାମ୍ନାକୁ ଆସିଛି।

 

Comments are closed.