କଥାରେ ଅଛି, ପ୍ରେମର କିଛି ସୀମା ସରହଦ ନାହିଁ । ଏକଥା ସତ ଯେ, କାହାସହିତ କେତେବେଳେ ପ୍ରେମ ହୋଇଯିବ ତାହା ସମସ୍ତ୍ଙ୍କୁ ଅଜଣା । ଏମିତି କି ସାମାଜିକ ଚଳଣିରେ ଗ୍ରହଣୀତା ନ ଥିବା ଅନେକ ଦିଗକୁ ପ୍ରେମ କାରଣରୁ ଅଣଦେଖା କରିବାକୁ ପଡ଼ିଥାଏ । ଆମେ କହିବାକୁ ଚାହୁଁଥିବା କାହାଣୀରେ ପ୍ରେମୀଯୁଗଳ ପରସ୍ପରକୁ ଭଲ ପାଇ ବସିଛନ୍ତି । ଉଭୟଙ୍କ ଭିତରେ ବୟସର ଫରକ ୧୬ ବର୍ଷରୁ ଅଧିôକ । ଏଥିସହିତ ନିଜ ଝିଅ ଭଳି ଦେଖାଯାଉଥିବା ପ୍ରେମିକାକୁ ବିବାହ କରିବା ପରେ ସୋସିଆଲ ମିଡ଼ିଆରେ ଖୁବ୍ ବିତର୍କ ଆରମ୍ଭ ହୋଇଛି ।
କାହାଣୀର ପ୍ରେମିକ ହେଉଛନ୍ତି କ୍ରିସ ଏବଂ ପ୍ରେମିକା ସବାନା । କ୍ରିସ୍ଙ୍କୁ ୪୪ ଓ ସବାନାଙ୍କୁ ୨୮ ବର୍ଷ ହୋଇଥିବା ବେଳେ ଉଭୟଙ୍କର ଆମେରିକାରେ ଭେଟ ହୋଇଥିଲା । ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହେଲା ଓ ପରେ ବିବାହ ମଧ୍ୟ କଲେ । ଏମାନଙ୍କ ମଧ୍ୟରେ ବୟସର ଅନ୍ତର ୧୬ ବର୍ଷ । କଥାଟା ହେଲା କ୍ରିସ୍ଙ୍କ ପ୍ରଥମ ପତ୍ନୀଙ୍କ ଝିଅର ଚେହେରା ତାଙ୍କ ଦ୍ୱିତୀୟ ପତ୍ନୀ ସବାନାଙ୍କ ସହ ମିଶୁଛି । ସୋସିଆଲ ମିଡିଆରେ କ୍ରିସ୍ ଏବଂ ସବାନା ନିଜର କିଛି ଭିଡିଓ ସେୟାର କରିଥିଲେ । ସେମାନଙ୍କ ମଧ୍ୟରେ ଥିବା ବୟସର ଅନ୍ତରକୁ ନେଇ ଖୁବ୍ ଚର୍ଚ୍ଚା ଜୋର ଧରିଲା । ଲୋକମାନେ ସେମାନଙ୍କ ବୟସ ଅନ୍ତରକୁ ନେଇ ଆଲୋଚନା କରୁଥିବା ବେଳେ କ୍ରିସ୍ଙ୍କ ପ୍ରଥମ ପତ୍ନୀଙ୍କ ଝିଅର ଚେହେରା ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ସହ ପ୍ରାୟ ମିଶୁଛି । ଏହାକୁ ନେଇ କ୍ରିସ୍ଙ୍କୁ ଲୋକେ ନାନା ସମାଲୋଚନା କଲେ । ଉଭୟଙ୍କ ବୟସ ମଧ୍ୟ ପ୍ରାୟ ସମାନ । ତେଣୁ ଲୋକ ଭାବିଛନ୍ତି ଯେ, କ୍ରିସ୍ ନିଜ ଝିଅ ସହ ପ୍ରେମ ସମ୍ପର୍କ ରଖିଛନ୍ତି । ଏହାକୁ ନେଇ ବିଭିନ୍ନ ନକରାତ୍ମକ ମତ ମଧ୍ୟ ଦେଇଛନ୍ତି ।
Comments are closed.