Latest Odisha News

BREAKING NEWS

ଗର୍ଭବତୀ ମହିଳା ଭିଣୋଇ ଦ୍ୱାରା ଦୁଷ୍କର୍ମର ଶିକାର, ମୋବାଇଲରେ ଅପରାଧ ରେକର୍ଡିଂ କରୁଥିଲା ଭଉଣୀ

ନବରଙ୍ଗପୁର: ଜଣେ ମହିଳା ଗର୍ଭବତୀ ଥିବା ବେଳେ ସେ ତାଙ୍କ ଭିଣୋଇଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଘଟଣା ଯେତିକି କୁତ୍ସିତ ତାଠୁ ବଳିଯାଇଛି ଦୁଷ୍କର୍ମ ଘଟଣାର ରେକର୍ଡିଂ କରିଥିବା ବ୍ୟକ୍ତି ହେଉଛନ୍ତି ପୀଡ଼ିତାଙ୍କ ଭଉଣୀ ଅର୍ଥାତ୍ ଅଭିଯୁକ୍ତର ପତ୍ନୀ। ନବରଙ୍ଗପୁର ଅଞ୍ଚଳର ଏହି ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା।

ମିଳିଥିବା ସୂଚନା ଅନୁଯାୟୀ ଗର୍ଭବତୀ ମହିଳା ଜଣଙ୍କ ଦୁଷ୍କର୍ମର ଶିକାର ହେବା ପରେ ତାଙ୍କୁ ଏକ ମନ୍ଦିର ନେଇଯାଇଥିଲେ ଦମ୍ପତି। ଏମିତିକି ଠାକୁର ଛୁଇଁ ଶପଥ କରାଇ କହିଥିଲେ ଏହି ଘଟଣା କାହାକୁ ନଜଣାଇବାକୁ। ଆଉ ପୀଡ଼ିତା ଜଣଙ୍କ ମଧ୍ୟ ତାଙ୍କ ଆଗରେ କହିଥିଲେ ଯେ ସେ କାହାକୁ ଏହି କୁତ୍ସିତ କାରାନାମା ବାବଦରେ କହିବେ ନାହିଁ।

ତେବେ ପୀଡିତା ଜଣଙ୍କ କିନ୍ତୁ ପରବର୍ତୀ ସମୟରେ  ସାହାସ ଜୁଟାଇ ସ୍ଥାନୀୟ ଥାନାର ଦ୍ବାରସ୍ଥ ହୋଇଥିଲେ। ଏହାପରେ ଥାନାରେ ସମସ୍ତ ଘଟଣା କହିବା ପରେ ଲିଖିତ ଅଭିଯୋଗ କରିଛନ୍ତି। ପୀଡ଼ିତା ଜଣଙ୍କ ଏଫଆଇଆରରେ ତାଙ୍କ ଭିଣୋଇ ଓ ଭଉଣୀଙ୍କ ନାଁରେ ଏତଲା ଦେଇଛନ୍ତି। ଆଉ ସେ ବଳପୂର୍ବକ ଭାବେ ତାଙ୍କ ଭିଣୋଇ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଲିଖିତ ଅଭିଯୋଗ କରିଛନ୍ତି। ଏହାପରେ ପୋଲିସ ସେହି ଦମ୍ପତିଙ୍କୁ ଗିରଫ କରିଛି।

ଗର୍ଭବତୀ ମହିଳା ଜଣଙ୍କ ତାଙ୍କ ଘର ପାଖରେ ଥିବା ଆଶାକର୍ମୀଙ୍କ ସହାୟତା ନେଉଥିଲେ। ସେ ଫେବୃଆରୀ 28 ତାରିଖରେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଆସିଥିଲେ। ଏହି ସମୟରେ ଆଶା କର୍ମୀ ଯିଏକି ତାଙ୍କ ଉଭଣୀଙ୍କ ସ୍ୱାମୀଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଆଉ ଏହି ଘଟଣାକୁ ସଂପୃକ୍ତ ଆଶା କର୍ମୀ ନିଜ ମୋବାଇଲରେ ରେକର୍ଡ କରିଥିବା ସୂଚନା ରହିଛି।

Comments are closed.