Latest Odisha News

BREAKING NEWS

ସ୍ତ୍ରୀ ନା ରାକ୍ଷସୀ: ସ୍ଵାମୀକୁ ଖାଇବାକୁ ନଦେଇ ନିସ୍ତୁକ ମାଡ ମାରିଲା ସ୍ତ୍ରୀ

ଗଜପତି: ଗୋଟେ ଜନ୍ମ ନୁହେଁ ବରଂ ସାତ ଜନ୍ମର ସାଥି ହୋଇ ରହିବେ ବୋଲି କଥା ଦେଇଥିଲେ । ସାତ ଜନ୍ମ ତ ଦୁର କଥା ଗୋଟେ ଜନ୍ମ ପାଇଁ ବି ସାଥି ହୋଇପାରିଲେନି । ସ୍ତ୍ରୀ ପାଇଁ ସତେ ଯେପରି କଣ୍ଟା ହେଇଗଲା ସ୍ଵାମୀ । ଆଠ ଦିନ ଧରି ସ୍ଵାମୀକୁ ଏକ ବନ୍ଦ କଠୋରୀରେ ରଖି ବାପ ଘର ଲୋକଙ୍କ ସହ ମିଶି ନିସ୍ତୁକ ମାଡ ମାରିଲା ସ୍ତ୍ରୀ । ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ସ୍ଥାନୀୟ ଜନପ୍ରତିନିଧି ପହଞ୍ଚି ବନ୍ଦ କଠୋରୀରୁ ସ୍ୱାମୀଙ୍କୁ ଉଦ୍ଧାର କରିଛନ୍ତି । ଏପରି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି ଗଜପତି ଜିଲ୍ଲା ଅଡ଼ବା ଥାନା ବିରିକୋଟର ବିଜେପୁର ସାହିରେ।

ସୂଚନା ଅନୁସାରେ, ବିଜେପୁର ସାହିର କସ୍ତାନ୍ତିନ ପରିଛା ଓ ପତ୍ନୀ ପ୍ରାଣ ରଞ୍ଜନି ପରିଛାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଝଗଡ଼ା ଲାଗି ରହିଥିଲା। ଏପରିକି ବିଭିନ୍ନ ସମୟରେ ବାପ ଘର ଲୋକଙ୍କ ସହ ମିଶି ପତ୍ନୀ ସ୍ୱାମୀଙ୍କୁ ନିର୍ଯାତନା ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି । ଗତ କିଛି ଦିନ ପୂର୍ବରୁ ପ୍ରାଣ ରଞ୍ଜନି ତାଙ୍କ ସ୍ୱାମୀଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଖାଇବାକୁ ନ ଦେଇ ଏକ କୋଠରୀରେ ତାଲା ପକାଇ ବନ୍ଦୀ କରି ରଖିଥିଲେ। ବିଶେଷ ସୂତ୍ରରୁ ଏନେଇ ଖବର ପାଇଥିଲେ ସ୍ଵାମୀ କସ୍ତାନ୍ତିନଙ୍କ ବଡ଼ ଭାଇ। ତା’ପରେ ସେ ସ୍ଥାନୀୟ ସରପଞ୍ଚ ଓ ପୋଲିସକୁ ଏନେଇ ଜଣାଇଥିଲେ। ପୋଲିସ କସ୍ତାନ୍ତିନଙ୍କ ଘରେ ପହଞ୍ଚି ତାଙ୍କୁ ଏକ ବନ୍ଦ କୋଠରୀରୁ ଉଦ୍ଧାର କରିଥିଲା। ୮ ଦିନ ଧରି ଖାଇବାକୁ ନଦେଇ କୋଠରୀ ଭିତରେ ତାଙ୍କୁ ମାରପିଟ କରିଥିଲେ ପ୍ରାଣ ରଞ୍ଜନି ।

ସ୍ଵାମୀ କସ୍ତାନ୍ତିନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ପୋଲିସ ତାଙ୍କୁ ଉଦ୍ଧାର କରି ପ୍ରଥମେ ବିରିକୋଟ ସ୍ଵାସ୍ଥ୍ୟ କେନ୍ଦ୍ର ଏବଂ ପରେ ମୋହନା ମେଡିକାଲରେ ଭର୍ତ୍ତି କରିଥିଲା । କିନ୍ତୁ ସେଠାରେ ସ୍ଵାସ୍ଥ୍ୟବସ୍ଥା ଅଧିକ ଗୁରୁତର ଥିବାରୁ ଏବେ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ବର୍ତମାନ ତାଙ୍କର ମାନସିକ ସ୍ଥିତି ମଧ୍ୟ ଠିକ୍ ନଥିବା ବେଳେ ଏନେଇ ପତ୍ନୀ ପ୍ରାଣ ରଞ୍ଜନିଙ୍କ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ। ତେବେ କେଉଁ କାରଣ ପାଇଁ ସ୍ତ୍ରୀ ଏଭଳି କରୁଥିବା ତାହା ଜଣାପଡିନଥିବା ବେଳେ ଘଟଣା ସ୍ଥଳେ ଅଡବା ଥାନା ଅଧିକାରୀ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.