Latest Odisha News

BREAKING NEWS

ମୃତ୍ୟୁର ୭ ମିନିଟ ପରେ ଫେରି ପାଇଲେ ଜୀବନ, ଶୁଣାଇଲେ ଅବିଶ୍ୱସନୀୟ ଅନୁଭୂତି

ଲଣ୍ଡନ: ବ୍ରିଟେନର ଶିବ ଗ୍ରେୱେଲ ନାମକ ୬୦ ବର୍ଷୀୟ ବୃଦ୍ଧଙ୍କ ହୃଦଘାତ ଯୋଗୁ ମୃତ୍ୟୁ ଘଟିଥିଲା । ୭ ମିନିଟ ସଂଘର୍ଷ ପରେ ସେ ଜୀବନ ଫେରି ପାଇଥିଲେ । ଏହା ସମ୍ପୂର୍ଣ୍ଣ ଭାବେ ଏକ ଚମତ୍କାର ଥିଲା । ତେବେ ଡାକ୍ତରଙ୍କ ମତରେ ଏହା ବିଜ୍ଞାନ ପାଇଁ ନୂଆ କଥା ନୁହେଁ । ପୂର୍ବରୁ ଅନେକ ଥର ଏ ଭଳି ଘଟଣା ଘଟିଛି । ଜେରୁସଲମ ପୋଷ୍ଟରେ ପ୍ରକାଶିତ ରିପୋର୍ଟ ଅନୁସାରେ ଦୀର୍ଘ ଦିନ ପରେ ସେ ତାଙ୍କ ମୃତ୍ୟୁ ଓ ଜୀବନର ୭ ମିନିଟ ମଧ୍ୟରେ ଘଟିଥିବା ଅବିଶ୍ୱସନୀୟ ଅନୁଭୂତି ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଧିରେ ଧିରେ ମୋ ଶରୀର ହାଲକା ହେବାରେ ଲାଗିଥିଲା । ମୁଁ ପହୁଁରୁଥିବା ଭଳି ଅନୂଭବ ହୋଇଥିଲା । ଏହା ପରେ ମୋତେ ମହାକାଶର ବିଭିନ୍ନ ଦୃଶ୍ୟ ଦେଖାଯିବାକୁ ଲାଗିଲା ।

ହଠାତ ମୋ ମନରେ ପତ୍ନୀଙ୍କ ଚେହେରା ଆସିଲା । ମୁଁ ତାଙ୍କ ପାଖକୁ ଫେରିଯିବା ପାଇଁ ଚାହିଁଥିଲି । ହଠାତ ମୋ ଆଖି ଖୋଲିଲା ଏବଂ ମୋ ପାଖରେ ଡାକ୍ତରମାନେ ଘେରି ରହିଥିଲେ । ଏହା ସତ୍ୟ କିମ୍ବା କାହାଣୀ ତାହା ସେ ନିଜେ ଜାଣିଥିବେ । ଡାକ୍ତରଙ୍କ କହିବା ଅନୁସାରେ ଗ୍ରେୱେଲଙ୍କ ମୂଖ୍ୟ ଧମନୀ ସମ୍ପୂର୍ଣ୍ଣ ଭାବେ ବ୍ଲକ ହୋଇ ଯାଇଥିଲା । ଜୀବନ ଫେରିବା ପରେ ତାଙ୍କ ବ୍ଲକେଜ ଖୋଲିବା ପାଇଁ ଏକ ଷ୍ଟେଂଟ ଲଗା ଯାଇଥିଲା । ହୃଦଘାତ ସମୟରେ ତାଙ୍କ ଶରୀରରେ ଅମ୍ଳଜାନର ମାତ୍ରା କମିଯିବାରୁ ସେରେବଲ ହଇପୋକ୍ସିଆ ହୋଇଥିଲା ।

Leave A Reply

Your email address will not be published.