Latest Odisha News

BREAKING NEWS

ଆସନ୍ତୁ ଜାଣିବା କେଉଁ ବ୍ୟକ୍ତିଙ୍କ ପ୍ରେମ ନିବେଦନକୁ ନାହିଁ କରି ପାରୁ ନାହାନ୍ତି ସୁନ୍ଦରୀ ଝିଅ, ୮ଜଣଙ୍କୁ ବିବାହ କଲେଣି !

ବ୍ୟାଙ୍କକ: ଥାଇଲାଣ୍ଡର ଓଙ୍ଗ ଡାମ ସୋରଟ ଗୋଟିଏ ଛାତ ତଳେ ୮ଜଣ ପତ୍ନୀଙ୍କୁ ନେଇ ଶାନ୍ତିରେ ରହୁଛନ୍ତି । ବିଶ୍ୱାସ ନ ହେଲେ ବି ଏହା ସତ । ସମସ୍ତ ପତ୍ନୀ ତାଙ୍କ ଉପରେ ଖୁସି ମଧ୍ୟ ଅଛନ୍ତିି । ୮ ପତ୍ନୀଙ୍କ ମଧ୍ୟରେ କେବେ ହେଲେ ଅଶାନ୍ତି ମଧ୍ୟ ହୋଇ ନାହିଁ । ପେଶାରେ ସେ ଜଣେ ଟାଟ୍ଟୁ ଆର୍ଟିଷ୍ଟ । ତାଙ୍କ ପ୍ରେମ ନିବେଦନକୁ ବୋଧହୁଏ ସୁନ୍ଦରୀ ଝିଅମାନେ ନାହିଁ କରିପାରୁ ନାହାନ୍ତି । ଏପରିକି ସେ ବିବାହିତ ବୋଲି ଜଣାଇବା ପରେ ମଧ୍ୟ ସେମାନେ ବିବାହ ପାଇଁ ଜିଦ ଧରିଥିଲେ । ଏକ ଟିଭ ଶୋରେ ଏହା ପ୍ରସାରିତ ହେବା ସୋରଟ ଚର୍ଚ୍ଚିତ ଚେହେରା ପାଲଟିଥିଲେ । ୟୁଟ୍ୟୁବରେ ତାଙ୍କ ଭିଡିଓ ୩ କୋଟି ଲୋକ ଦେଖି ସାରିଲେଣି ।ପ୍ରଥମ ପତ୍ନୀ ନୋଙ୍ଗ ସ୍ପ୍ରାଇଟଙ୍କୁ ସାଙ୍ଗର ବାହାଘର ବେଳେ ଦେଖି ସେ ପ୍ରପୋଜ କରିଥିଲେ । ନୋଙ୍ଗ ସଙ୍ଗେ ସଙ୍ଗେ ରାଜି ହୋଇଯାଇଥିଲେ । ଏହା ପରେ ଦ୍ୱିତୀୟ ପତ୍ନୀଙ୍କୁ ମାର୍କେଟରେ, ତୃତୀୟଙ୍କୁ ଡାକ୍ତରଖାନାରେ, ଚତୁର୍ଥ, ପଂଚମ ଏବଂ ଷଷ୍ଠଙ୍କୁ ଯଥାକ୍ରମେ ସୋସିଆଲ ସାଇଟ ଇନଷ୍ଟାଗ୍ରାମ, ଫେସବୁକ ଓ ଟିକଟକରେ ଦେଖି ପ୍ରେମ ନିବେଦନ ଏବଂ ବିବାହ ପ୍ରସ୍ତାବ ଦେଇ ସଫଳ ହୋଇଥିଲେ । ସେହିପରି ମନ୍ଦିରରେ ୭ମ ଏବଂ ଛୁଟି କଟାଇବାକୁ ଅନ୍ୟ ପତ୍ନୀମାନଙ୍କ ସହ ଯାଉଥିବା ବେଳେ ୮ମ ପତ୍ନୀଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ।  ତାଙ୍କ ପତ୍ନୀମାନେ ୪ଟି ଅଲଗା ଅଲଗା ରୁମରେ ରହିଥାନ୍ତି । ସୋରେଟ ପାଳି କରି ପତ୍ନୀମାନଙ୍କ ପାଖକୁ ଯାଇଥାନ୍ତି । ପ୍ରଥମ ପତ୍ନୀ ଏକ ପୁତ୍ର ସନ୍ତାନର ମାଆ ହୋଇଛନ୍ତି । ସୋରେଟ ଆମ ସମସ୍ତଙ୍କ ମନକଥା ବୁଝନ୍ତି ବୋଲି ପତ୍ନୀମାନେ କହିଛନ୍ତି ।

Comments are closed.