Latest Odisha News

BREAKING NEWS

ୱାର୍ଡମେମ୍ବରକୁ ଗୁଳି କରି ହତ୍ୟା: ପୋଖରୀ ଖୋଳାକୁ ବାରଣ କରିବାରୁ ଗୁଳିକାଣ୍ଡ

ଢେଙ୍କାନାଳ : ପୂର୍ବ ଶତ୍ରୁତାରୁ ଗୁଳିକାଣ୍ଡ । ପୋଖରୀ ଖୋଳାକୁ ନେଇ ଗଡ଼ିଲା ମୁଣ୍ଡ । ଢେଙ୍କାନାଳ ସଦର ଥାନା କନ୍ଧପାଲ ଗାଁରେ ଜଣଙ୍କୁ ଗୁଳି କରି ହତ୍ୟା । ମୃତକ ହେଉଛନ୍ତି କନ୍ଧପାଲ ଗାଁର ଦଳେଇ ନାୟକ । ଗୁଳି ମାଡ କରିବା ପରେ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପ୍ରଥମେ ଗାଁରେ ପୋଖରୀ ଖୋଳାକୁ ନେଇ ଉତ୍ତେଜନା ଦେଖାଦେଇଥିଲା ।

ଦଳେଇ ନାୟକ ୱାର୍ଡ ମେମ୍ବର ହୋଇଥିବାରୁ ପୋଖରୀ ଖୋଳିବା ପାଇଁ ବାରଣ କରିଥିଲେ । ଏହାକୁ ନେଇ ଯୁକ୍ତିତର୍କ ହେବାରୁ ତାଙ୍କ ଉପରକୁ ଗୁଳିମାଡ଼ କରାଯାଇଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଗୁଳିମାଡ଼ କରିଥିବା ବ୍ୟକ୍ତି ପୂର୍ବରୁ ମଧ୍ୟ ଦଳେଇଙ୍କୁ ମାରି ଦେବାକୁ ଧମକ ଦେଇଥିବା ତାଙ୍କ ଭଉଣୀ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ଢେଙ୍କାନାଳ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.