Latest Odisha News

BREAKING NEWS

ବିପଜ୍ଜନକ ସାପଙ୍କ ସହ ବାଥରୁମରେ ଗାଧୋଇଲେ ବ୍ୟକ୍ତି, ଲୋକେ ଆଶ୍ଚର୍ଯ୍ୟ

ଦୁବାଇ: ସାଧାରଣତଃ ଲୋକମାନେ କୁକୁର, ବିଲେଇ , ଠେକୁଆ ରଖିବାକୁ ଭଲ ପାଆନ୍ତି । ଆଉ କିଛି ଲୋକ ପକ୍ଷୀ ପାଳୁଥିବାର ମଧ୍ୟ ଦେଖାଯାଇଥାଏ । କିନ୍ତୁ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ଘରେ ବିଷାକ୍ତ ସାପ ରଖିବାକୁ ପସନ୍ଦ କରନ୍ତି । ସେମାନଙ୍କ ସହ ବସନ୍ତି,ଶୁଅନ୍ତି, ଖାଆନ୍ତି, ଏମିତି କି ଯୁଆଡ଼େ ଯାହାନ୍ତି ସାଙ୍ଗରେ ଧରି ଯାଇଥାନ୍ତି । ଏପରି ଅନେକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଥାଏ । ହେଲେ ଏବେ ଏମିତି ଏକ ଭିଡ଼ିଓ ଦେଖିବାକୁ ମିଳିଛି, ଯେଉଁଥିରେ ଜଣେ ବ୍ୟକ୍ତି ସାପଙ୍କ ସହ ବାଥ୍‌ରୁମ୍‌ରେ ଗାଧୋଉଛନ୍ତି । ତାହାପୁଣି ଗୋଟିଏ କି ଦୁଇଟି ନୁହେଁ, ଅନେକ ସାପ ସହିତ ଗାଧୋଉଛନ୍ତି ।

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି ବାଥ୍‌ରୁମକୁ ଗାଧୋଇବାକୁ ଯାଉଛନ୍ତି । ଏହି ସମୟରେ ତାଙ୍କ ବେକରେ ଦୁଇଟି ସାପ ଗୁଡ଼େଇ ହୋଇ ରହିଛନ୍ତି । ଆଉ ଗୋଟିଏ ସାପ ସାୱାର ଉପରେ ଥିବା ବେଳେ ଆଉ ଗୋଟେ ସାବୁନ୍ ଷ୍ଟାଣ୍ଡରେ ରହିଛି । ସେହିପରି ଗୋଟେ ସାପ ସାୱାର ଟାପରେ ଥିବାବେଳେ ଆଉ ଗୋଟେ ଟାୱେଲ ଷ୍ଟାଣ୍ଡରେ ରହିଛି । ବ୍ୟକ୍ତି ଜଣଙ୍କୁ ଦେଖିଲେ ସେ ସାପକୁ ଭୟ କରୁ ନ ଥିବା ମନେ ହେଉଛି । ତାଙ୍କ ବେକରେ ଗୁଡ଼ାଇ ହୋଇଥିବା ଦୁଇଟି ଯାକ ସାପ ପାଣିରେ ଗାଧୋଉଥିବାର ମଧ୍ୟ ଦେଖାଯାଇଛି । ବ୍ୟକ୍ତି ଜଣକ ସାବୁନ ବଦଳରେ ଆରାମରେ ଏହି ସାପଗୁଡ଼ିକୁ ଘଷୁଛନ୍ତି । ଏହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

ଏହି ଭିଡିଓକୁ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେବା ସହ ଉଦ୍‌ବେଗ୍ ପ୍ରକାଶ କରିଛନ୍ତି । ଜଣେ ବ୍ୟକ୍ତି ଲେଖିଛନ୍ତି ଯେ, ଏମାନେ ବଲ୍ ପାଇଥନ୍ । ବାସ୍ତବରେ, ସେମାନେ ମଣିଷ ଉପରେ ଆକ୍ରମଣ କରନ୍ତି ନାହିଁ । ଯେତେବେଳେ ସେମାନେ ନିଜ ସାଥୀଙ୍କ ସହିତ ଥିବା ବେଳେ ସେତେବେଳେ ସେମାନଙ୍କୁ ଥଟ୍ଟା କରିବା ବିପଜ୍ଜନକ ଅଟେ । ତେଣୁ ବ୍ୟକ୍ତି ଜଣକ ସାବଧାନ ହେବା ଆବଶ୍ୟକ । ଆଉ କିଛି ଲେଖିଛନ୍ତି,ଏମାନେ ଗୋଟେ ଗୋଟେ ସାପ, ତାହା ଭୁଲନ୍ତୁ ନାହିଁ । ଯେ କୌଣସି ସମୟରେ ସେମାନେ ଆକ୍ରମଣ କରିପାରନ୍ତି ।

Leave A Reply

Your email address will not be published.