Latest Odisha News

BREAKING NEWS

ଆଲେକ୍ସା ରକେଟ୍ ଲଞ୍ଚ କର… 

ନୂଆଦିଲ୍ଲୀ: ସାଧାରଣତଃ ଆମେ ଆଲେକ୍ସାକୁ ଯାହା ଆଦେଶ ଦେଉ, ତାହା ସେ ପାଳନ କରିଥାଏ। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବ୍ୟକ୍ତି ଆଲେକ୍ସା ସାହାଯ୍ୟରେ ରକେଟ୍ ଛାଡିଛନ୍ତି।

ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ନିଜ ହାତ ବ୍ୟବହାର ନକରି ଏକ ବୋତଲରେ ରଖାଯାଇଥିବା ରକେଟକୁ ଜଳାଉଛନ୍ତି ଯେଉଁଥିପାଇଁ ସେ ଆଲେକ୍ସାର ସାହାଯ୍ୟ ନେଇଛନ୍ତି। ଭିଡିଓରେ ଏହି ବ୍ୟକ୍ତି ଜଣକ ଆଲେକ୍ସା ଡିଭାଇସ୍ କୁ ନିର୍ଦ୍ଦେଶ ଦେଇଛନ୍ତି “ଆଲେକ୍ସା, ରକେଟ୍ ଉତକ୍ଷେପଣ କର।” ଏବଂ ଆଲେକ୍ସା ରକେଟ୍ ଉତକ୍ଷେପଣ ମଧ୍ଯ କରିଥିଲା ଯାହାକି ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ଏହି ଭିଡିଓ ଇନଷ୍ଟାଗ୍ରାମରେ @manisprojectslab ଙ୍କ ଆକାଉଣ୍ଟରୁ ପୋଷ୍ଟ କରାଯାଇଥିଲା ଏବଂ କ୍ୟାପସନରେ ଲେଖାଥିଲା, “ଆଲେକ୍ସା ରକେଟ୍ ଲଞ୍ଚ୍”। ଏପର୍ଯ୍ୟନ୍ତ ଏହି ଭିଡିଓକୁ ୨୪ ନିୟୁତରୁ ଅଧିକ ଥର ଦେଖାଯାଇଥିବା ବେଳେ ୮ ଲକ୍ଷ ୫୫ ହଜାରରୁ ଅଧିକ ଲୋକ ଏହାକୁ ପସନ୍ଦ କରିଛନ୍ତି। ତେବେ ଏହାକୁ ନେଇ ଭିନ୍ନଭିନ୍ନ ପ୍ରକାରର ପ୍ରତିକ୍ରିୟା ମଧ୍ଯ ମିଳିବାରେ ଲାଗିଛି। କିଛି ଲୋକ ଏହାକୁ ଟେକ୍ନୋଲୋଜିର ଏକ ଚମତ୍କାରିତା ମାନୁଥିବାବେଳେ କେହିକେହି ଏହାକୁ ମଜାଳିଆ ବୋଲି ମଧ୍ଯ କହୁଛନ୍ତି।

ତେବେ ଏହି ଭିଡିଓକୁ ନେଇ କିଛି ଲୋକ ଚିନ୍ତା ମଧ୍ଯ ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ ଏଭଳି କାର୍ଯ୍ୟ ବିପଜ୍ଜନକ ହୋଇପାରେ ଏବଂ କାହାକୁ ଆଘାତ ମଧ୍ୟ ଦେଇପାରେ। ଏପରି ପରୀକ୍ଷଣ କରୁଥିବା ବେଳେ ସତର୍କ ରହିବାକୁ ଏବଂ ନିରାପତ୍ତାର ସହ ସମ୍ପୂର୍ଣ୍ଣ କାର୍ଯ୍ୟ କରିବାକୁ ଲୋକମାନେ ନିବେଦନ କରିଛନ୍ତି।

Comments are closed.