Latest Odisha News

BREAKING NEWS

ଟ୍ରେନର ଗେଟ୍ ପାଖରେ ମୋବାଇଲ ଝୁଲାଇ ଗୀତ ଶୁଣିଲେ ଯୁବକ, ଲୋକେ ଦେଖି ଆଶ୍ଚର୍ଯ୍ୟ

ମୁମ୍ବାଇ: ଦିଲ୍ଲୀ ମେଟ୍ରୋ ଟ୍ରେନ୍‌ରେ ଭିନ୍ନ ଭିନ୍ନ କାର୍ଯ୍ୟକଳାପର ଭିଡ଼ିଓ ଭାଇରାଲ ହୋଇଥାଏ । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥାନ୍ତି । ଏବେ ଠିକ୍ ସେମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯାହ ଲୋକଙ୍କୁ ଚକିତ କରିଛି । ଟ୍ରେନର ଗେଟ୍ ପାଖରେ ମୋବାଇଲ ଝୁଲାଇ ଗୀତ ଶୁଣୁଛନ୍ତି ଜଣେ ଯୁବକ । ଯୁବକଙ୍କ ଏପରି ହରକତକୁ ଲୋକେ ନାପସନ୍ଦ କରିଛନ୍ତି ।

ମୁମ୍ବାଇର ଅଧିକାଂଶ ଲୋକ ଲୋକାଲ ଟ୍ରେନ ଉପରେ ନିର୍ଭର କରିଥାନ୍ତି । ସେଠାରେ ରହୁଥିବା ଲୋକକୁ ଦେଶର ଆର୍ôଥକ ଟ୍ରେନ ଭାବରେ ଗଣାଯାଏ । ଅଫିସ ଟାଇମ ହୋଇଗଲେ ଟ୍ରେନରେ ଖଚାଖଚ ଭିଡ ଜମିଯାଏ । ଯେଉଁଥିରେ ପଶିବା ଅସମ୍ଭବ ହୋଇପଡେ । ଏହି ସମୟରେ ଠିକଣାସ୍ଥଳକୁ ପହଞ୍ଚିବାକୁ ଲୋକେ ଏତେ ବ୍ୟଗ୍ର ଥା’ନ୍ତି ଯେ, ଟ୍ରେନ ଭିତରେ ଠିଆ ହୋଇ ମଧ୍ୟ ଯାତ୍ରା କରିଥାନ୍ତି । ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ମୁମ୍ବାଇ ଲୋକାଲ ଟ୍ରେନର ଗୋଟିଏ ବଗିରେ ନାହିଁ ନ ଥିବା ଭିଡ ଦେଖିବାକୁ ମିଳିଛି । ଯାତ୍ରୀ ସିଟ୍ ନ ପାଇ ବହୁ ଯାତ୍ରୀ ଠିଆ ହୋଇ ଯାତ୍ରା କରୁଛନ୍ତି ।

ଏହି ସମୟରେ ଜଣେ ଯୁବକ ଏତେ ଭିଡରେ କାନରେ ଇଅରଫୋନ ଲଗାଇ ଗୀତ ଶୁଣୁଛନ୍ତି । କେବଳ ସେତିକି ନୁହେଁ ଯୁବକ ଜଣକ ଟ୍ରେନର ଗେଟ୍ ପାଖରେ ବାହାରକୁ ଥିବା ଏକ ଥାକରେ ମୋବାଇଲ ଫୋନକୁ ଝୁଲାଇ ରଖିଛନ୍ତି । ତେବେ ସେଥିରୁ ଇଅରଫୋନ କନେକ୍ଟ କରି ଟ୍ରେନ ଦୁଆର ମୁହଁରେ ଠିଆ ହୋଇ ଗୀତ ଶୁଣୁଛନ୍ତି । ଯୁବକଙ୍କର ଏପରି କାର୍ଯ୍ୟକଳାପ ଦେଖି ଷ୍ଟେଶନରେ ଥିବା କିଛି ଲୋକ ତାଙ୍କର ଭିଡିଓ କରୁଛନ୍ତି । ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

Comments are closed.