ନୂଆଦିଲ୍ଲୀ: ନିଜାମୁଦ୍ଦିନ ମର୍କଜର ମୌଲାନା ମହମ୍ମଦ ସାଦ୍ ପାଇଁ ମୁଁ ନିଜ ବେକ କାଟିବାକୁ ପ୍ରସ୍ତୁତ ଅଛି ବୋଲି ମୋହକମ ପହଲିୱାନ କହିଥିଲେ । ଗତିଶୀଳ ସମାଜବାଦୀ ପାର୍ଟିର ଏହି ନେତାଙ୍କ ବିରୋଧରେ ସ୍ଥାନୀୟ ପୋଲିସ ସଙ୍ଗେ ସଙ୍ଗେ ଏଫଆଇଆର ରୁଜୁ କରିଥିଲା । ଏଫଆଇଆର ରୁଜୁ ହେବା ପରେ ମୋହକମ ଭୟରେ ତାଙ୍କ କଥା ବଦଳାଇଥିଲେ ।
ଏବେ ସେ ନିଜକୁ ଜଣେ ଦେଶଭକ୍ତ ବୋଲି ଘୋଷଣା କରିଛନ୍ତି । ନିଜାମୁଦ୍ଦିନ ମର୍କଜର ଦାୟିତ୍ୱହୀନତା ଯୋଗୁ ସାରା ଦେଶରେ ଏବେ କରୋନା ଭାଇରସ ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଭିନ୍ନ ମହଲରେ ଏ ନେଇ ତୀବ୍ର ସମାଲୋଚନା କରାଯାଉଛି । ମୌଲାନ ସାଦଙ୍କୁ ପୋଲିସ ଖୋଜୁଛି ।
Comments are closed.