Latest Odisha News

ସୁନା ଦାନ୍ତ ପାଇଁ ଧରାପଡିଥିଲା ୧୫ ବର୍ଷ ଧରି ଲୁଚିଥିବା ଅଭିଯୁକ୍ତ , ଏଲଆଇସି ଏଜେଣ୍ଟ ଭାବରେ ପହଞ୍ଚି ଧରିଲା ପୋଲିସ୍

ମୁମ୍ବାଇ: ଚୋରିର ଅନେକ ଭିଡିଓ ସୋସିଆଲ ମିଡିଆରେ ଆସିଥାଏ । ହେଲେ ବେଳେବେଳେ ଚୋରମାନେ ନିଜର ମଜାଳିଆ ଗୁଣ ଯୋଗୁଁ ଭାଇରାଲ ହୁଅନ୍ତି । ଏହିପରି ଗୋଟିଏ ଘଟଣା ସାମ୍ନାକୁ ଆସିଛି । ଦୀର୍ଘ ୧୫ ବର୍ଷ ଧରି ନିଖୋଜ ଥିବା ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ୍ । ଗିରଫ ହୋଇଥିବା ବ୍ୟକ୍ତି ହେଉଛି ୩୮ ବର୍ଷୀୟ ପ୍ରବୀଣ ଆଶୁଭା ଜାଡେଜା । ସେ ଦୁଇଟି ସୁନା ଦାନ୍ତ ଲଗାଇଥିବା ବେଳେ ଏହାକୁ ଆଧାର କରି ପୁଲିସ୍‌ ତାଙ୍କୁ ଗିରଫ କରିଛି।

୨୦୦୭ରେ ପ୍ରବୀଣ ଗୋଟିଏ କପଡ଼ା ଦୋକାନରେ ସେଲ୍ସମ୍ୟାନ ଭାବେ କାମ କରୁଥିଲା। ଦିନେ ମାଲିକ ତାକୁ ଜଣେ ବ୍ୟବସାୟୀଙ୍କଠାରୁ ୪୦ ହଜାର ଟଙ୍କା ଆଣିବାକୁ ପଠାଇଥିଲେ। ସେ ଉକ୍ତ ବ୍ୟବସାୟୀଙ୍କ ଠାରୁ ଟଙ୍କା ଆଣିଥିଲେ ହେଁ ପୁଲିସ୍‌ ଓ ନିଜ ମାଲିକଙ୍କୁ ମିଛ କହିଥିଲା। ସେ ଟଙ୍କା ଭର୍ତ୍ତି ବ୍ୟାଗ ଧରି ଆସୁଥିବା ବେଳେ ଟଏଲେଟ ନିକଟରୁ କେହି ଏହାକୁ ନେଇ ଯାଇଥିବା ସମସ୍ତଙ୍କୁ ଜଣାଇଥିଲା। ଟଙ୍କା ହଡ଼ପ କରିବା ପରେ ଅଭିଯୁକ୍ତ ଜଣଙ୍କ ଗୁଜରାଟର କଚ୍ଚ ଚାଲି ଯାଇଥିଲା। ସେଠାରେ ନିଜର ପରିଚୟ ବଦଳାଇ ରହୁଥିଲା । ତେବେ ତଦନ୍ତ ପରେ ଜଣାପଡ଼ିଥିଲା ଯେ ପ୍ରବୀଣ ନିଜ ପାଖରେ ଟଙ୍କା ରଖିବା ସହ ପୁଲିସକୁ ମିଛ କହିଥିଲା ।

ଏସବୁ ଭିତରେ ୧୫ ବର୍ଷ ବିତି ଯାଇଥିଲା। କିଛି ଦିନ ତଳେ ପୁଲିସ ପୁଣି ପ୍ରବୀଣଙ୍କୁ ଖୋଜିବା ଆରମ୍ଭ କରିଥିଲା। ଏହି ସମୟରେ ତାଙ୍କର ଜଣେ ସହଯୋଗୀଙ୍କୁ ପୁଲିସ ଜେରା କରିଥିଲା। ଏତିକି ବେଳେ ପ୍ରବୀଣ ଗୁଜରାଟର କଚ୍ଚରେ ରହୁଥିବା ଜଣାପଡ଼ିଥିଲା। ପୁଲିସ୍‌ ନିଜକୁ ଏଲଆଇସି ଏଜେଣ୍ଟ ଭାବେ ପରିଚୟ ଦେଇ ପ୍ରବୀଣଙ୍କୁ ମୁମ୍ବାଇ ଡାକିଥିଲା। ଏହାପରେ ସେ ପିନ୍ଧିଥିବା ଦୁଇଟି ସୁନା ଦାନ୍ତ ବଳରେ ପୁଲିସ୍‌ ତାଙ୍କୁ ଚିହ୍ନଟ କରି ଗିରଫ କରିଥିଲା।

Comments are closed.