ଭୁବନେଶ୍ୱର: ଓଡ଼ିଆ ଘରେ ବାର ମାସ ଯାକ ବିଭିନ୍ନ ପର୍ବପର୍ବାଣୀ, ପୂଜା, ବ୍ରତରେ ନାନା ପ୍ରକାର ପିଠା ପ୍ରସ୍ତୁତ ହୁଏ । ମାଣବସା ଗୁରୁବାରରେ ଘରେ ଘରେ ସାଧାରଣତଃ ମଣ୍ଡା ପିଠା ପ୍ରସ୍ତୁତ କରାଯାଏ। ତେବେ ଏହା ଖାଇବାକୁ ବହୁତ ସ୍ୱାଦିଷ୍ଟ ହୋଇଥାଏ କିନ୍ତୁ ଏହାକୁ ବନାଇବା କଷ୍ଟ ଭାବିକି ପ୍ରାୟ ଲୋକ ଏହାକୁ ପ୍ରସ୍ତୁତ କରିବାକୁ ଇଚ୍ଛା କରନ୍ତିନି। କିନ୍ତୁ ଆଜି ଆମେ ଆପଣଙ୍କୁ ଏହାକୁ ବନାଇବାର ସହଜ ଉପାୟ ଜଣାଇବୁ, ଯାହାକୁ ଆପଣ ବହୁତ ସହଜରେ ପ୍ରସ୍ତୁତ କରିପାରିବେ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।
ବୁଟଡାଲି ପୁର ଦିଆ ସିଝା ମଣ୍ଡା ପିଠା ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି କି? ଏହା ଯେମିତି ସ୍ବାଦିଷ୍ଟ ତିଆରି କରିବା ସେତିକି ସହଜ। ଏଥିରେ ଭିନ୍ନ ପ୍ରକାରର, ଯେପରିକି ନଡ଼ିଆ, ଛେନା, ବୁଟ ଡାଲି, ମୁଗ ଡାଲି ଆଦି ପୁର ଦେଇ ପ୍ରସ୍ତୁତ କରାଯାଏ l ତେବେ ଆସନ୍ତୁ ଜାଣିବା କେମିତି କରିବେ ପ୍ରସ୍ତୁତ।
ଆବଶ୍ୟକ ସାମଗ୍ରୀ:
ଅରୁଆ ଚାଉଳ, ବୁଟଡାଲି, ପାଣି, ଗୁଜୁରାତି ଗୁଣ୍ଡ, ଚିନି ଏବଂ ସ୍ୱାଦ ଅନୁସାରେ ଲୁଣ l
ପ୍ରସ୍ତୁତି ପ୍ରଣାଳୀ
- ପ୍ରଥରେ ଅରୁଆ ଚାଉଳକୁ ପାଣିରେ ଭିଜାଇ ରଖନ୍ତୁ। କିଛି ଘଣ୍ଟା ପରେ ଏହାକୁ ଗ୍ରାଇଣ୍ଡିଂ କରି ଦିଅନ୍ତୁ।
- ଏବେ ଚାଉଳ ଗୁଣ୍ଡକୁ ଏକ ପାତ୍ରରେ କାଢି ରଖନ୍ତୁ।
- ଏହାପରେ ଏକ ପାତ୍ରରେ ବୁଟ ଡାଲିକୁ ଭଲକରି ସିଝାଇ ରଖି ଦିଅନ୍ତୁ।
- ଏହା ପରେ ପୁର ପ୍ରସ୍ତୁତ କରିବା ପାଇଁ ନଡ଼ିଆ କୋରି ଦିଅନ୍ତୁ।
- ଗ୍ୟାସ୍ରେ କଡ଼େଇ ବସାଇ ନଡ଼ିଆ କୋରା, ଚିନି, ଛେନା ଏବଂ ଗୁଜୁରାତି ଗୁଣ୍ଡ ପକାଇ ଭାଜି ଦିଅନ୍ତୁ।
- ଆପଣ ଏଠାରେ ଚାହିଁଲେ ଚିନି ଜାଗାରେ ଗୁଡ଼ ମଧ୍ୟ ପକାଇ ପାରିବେ।
- ଏହା ପରେ ପ୍ରସ୍ତୁତ ପୁରରେ ସିଝା ହୋଇ ରଖିଥିବା ବୁଟ ଡାଲି ପକାଇ ଗୋଳାଇ ରଖନ୍ତୁ।
- ଏହାପରେ ଗ୍ୟାସ୍ରେ ଏକ କଡ଼େଇରେ ପାଣି ଗରମ କରନ୍ତୁ। ସେଥିରେ ଆବଶ୍ୟକ ଅନୁସାରେ ଲୁଣ ପକାଇ ଫୁଟାନ୍ତୁ।
- ପରେ ଚାଉଳ ଚୂନା ପକାଇ ତାକୁ ଭଲ କରି ଗୋଳାନ୍ତୁ।
- ଜନ୍ତଣି ପ୍ରସ୍ତୁତି ହୋଇଯିବା ପରେ କଡ଼େଇକୁ ଚୁଲିରୁ ଓହ୍ଲାଇ ସାମାନ୍ୟ ଥଣ୍ଡା ହେବାକୁ ଦିଅନ୍ତୁ
- ଏହାପରେ ସେଥିରେ ପୂର ଦେଇ ଗୋଲ ଗୋଲ କରି ପିଠା ଗଢନ୍ତୁ।
- ଏବେ ଗ୍ୟାସ୍ରେ ଇଟିଲି ଛାଞ୍ଚ ବସାଇ ପାଣି ଦେଇ ତାକୁ ଗରମ କରନ୍ତୁ।
- ପାଣି ଫୁଟିଯିବା ପରେ ଛାଞ୍ଚ ଗୁଡ଼ିକ ରଖି ଗଢିଥିବା ପିଠା ସବୁକୁ ସେଥିରେ ରଖି ଢାଙ୍କି ଦିଅନ୍ତୁ।
- କିଛି ସମୟ ପରେ କାଢ଼ି ଆଣନ୍ତୁ।
- ପ୍ରସ୍ତୁତ ହୋଇଗଲା ଆପଣଙ୍କ ବୁଟଡାଲି ପୁର ଦିଆ ମଣ୍ଡା ପିଠା।