ବେଜିଂ: ଶୀତାକାଳୀନ ଅଲିମ୍ପିକ୍ସ ଆଉ ୨ ଦିନ ବାକିଥିବା ବେଳେ ଏଠାରେ ପଂହଚିଥିବା ଭାରତୀୟ ଟିମର ମ୍ୟାନେଜର ଆବାସ ଭାନିଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଛି । ବେଜିଂରେ ଭାରତୀୟ ଟିମ ପଂହଚିବା ପରେ ନିୟମ ମୁତାବକ ସମସ୍ତଙ୍କର କୋଭିଡ ଟେଷ୍ଟ କରାଯାଇଥିଲା । ଭାନିଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସ୍କି ଟିମକୁ ପୃଥକ ରଖାଯାଇଛି ।
ଆରିଫ ଖାଁ ଏକମାତ୍ର ଆଥଲେଟ ଭାବେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି । ତେବେ ଏହି ଗସ୍ତରେ ୬ଜଣିଆ ଭାରତୀୟ ଟିମ ଯାଇଛନ୍ତି । ଆୟୋଜକ କମିଟି ଏ ସମ୍ପର୍କରେ ଭାରତୀୟ ଅଲିମ୍ପିକ ଆସୋସିଏଶନକୁ ସୂଚନା ଦେଇସାରିଛି । ସମସ୍ତଙ୍କ ଦ୍ୱିତୀୟ ଟେଷ୍ଟକୁ ଅପେକ୍ଷା କରାଯାଇଛି ।
Comments are closed.