Latest Odisha News

BREAKING NEWS

ମାନସ ମଙ୍ଗରାଜ ହେଲେ ଓଡ଼ିଶା ସରକାରଙ୍କ ଗଣମାଧ୍ୟମ ଓ ଲୋକସମ୍ପର୍କ ଉପଦେଷ୍ଟା

ଭୁବନେଶ୍ୱର: ଦୀର୍ଘ ଦିନ ହେବ ଗଣମାଧ୍ୟମ ସହ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ଥିବା ବିଜେଡି ନେତା ମାନସ ମଙ୍ଗରାଜଙ୍କୁ ମିଳିଛି ନୂଆ ଦାୟିତ୍ୱ । ରାଜ୍ୟ ସରକାରଙ୍କ ଉପଦେଷ୍ଟା (ଗଣମାଧ୍ୟମ ଏବଂ ଲୋକସମ୍ପର୍କ) ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି।

ବିଜେଡି ସରକାରକୁ ଆସିବା ପରେ ଅନେକ ଲୋକହିତକାରୀ ପଦକ୍ଷେପ ଗ୍ରହଣ କରୁଛି, ଯାହାର ପ୍ରଚାର ପ୍ରସାର ତଥା ସରକାରକୁ ଆହୁରି ଲୋକାଭିମୁଖୀ କରିବାର ଦାୟିତ୍ୱ ମାନସଙ୍କୁ ଦିଆଯାଇଛି ।

ମିଳିଥିବା ସୂଚନା ଅନୁସାରେ ସାମ୍ବାଦିକତା ଜୀବନରୁ ରାଜନୀତିକୁ ଆସିଥିବା ମାନସ ପୂର୍ବରୁ ବିଜୁ ଜନତା ଦଳର ଗଣମାଧ୍ୟମ ସଂଯୋଜକ ଭାବେ କାର୍ଯ୍ୟ ତୁଲାଉଥିଲେ । ପୂର୍ବରୁ ସେ ବହୁ ପ୍ରମୁଖ ଗଣମାଧ୍ୟମରେ କାର୍ଯ୍ୟ କରିଥିବାବେଳେ ତାଙ୍କର ଏହି ଦିଗରେ ବହୁ ଅଭିଜ୍ଞତା ରହିଛି । ଯାହାକୁ ଭିତ୍ତିକରି ସରକାର ତାଙ୍କ ଉପରେ ଆସ୍ଥା ପ୍ରାକଟ କରି ତାଙ୍କୁ ଏହି ଗୁରୁ ଦାୟିତ୍ୱ ଦେଇଥିବା ଜଣା ପଡିଛି ।

ଏହି ଦାୟିତ୍ୱ ପାଇବା ପରେ ନିଜ ପ୍ରତିକ୍ରିୟାରେ ମାନସ ମଙ୍ଗରାଜ କହିଛନ୍ତି, ” ଅତୀତରେ ମୁଁ ଗଣମାଧ୍ୟମ କ୍ଷେତ୍ରରେ କାର୍ଯ୍ୟ କରୁଥିଲି। ଆଉ ଏବେ ସେହି ସଂପର୍କିତ ଦାୟିତ୍ୱ ମିଳିଥିବାରୁ ଏହା ମୋ ପାଇଁ ଗୈାରବର କଥା”।

ମୁଖ୍ୟମନ୍ତ୍ରୀଙ୍କ ଆସ୍ଥା, ବିଶ୍ୱାସକୁ ବଜାୟ ରଖି ଆଗାମୀ ଦିନରେ ଗଣମାଧ୍ୟମ ଓ ସରକାରଙ୍କ ମଧ୍ୟରେ ସମନ୍ୱୟ ସୁଦୃଢ କରିବା ଦିଗରେ ଅଧିକ ଗୁରୁତ୍ଵ ଦେବେ ବୋଲି ସେ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.