Latest Odisha News

[ଭିଡ଼ିଓ] ସରକାରୀ ବାବୁଙ୍କୁ ୭ ଖୁଣ୍ ମାଫ୍

ନବରଙ୍ଗପୁର: କହିବେ କାହାକୁ ଶୁଣିବ କିଏ । ମଣ୍ଡିରେ ଧାନ ବିକ୍ରି କରିନପାରି ଚିନ୍ତାରେ ଚାଷୀକୂଳ । ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଲ୍ୟାମ୍ପକୁ ସବୁ କାଗଜପତ୍ର ଦେଇଥିଲେ । ହେଲେ ରେଜିଷ୍ଟ୍ରେସନ ହୋଇପାରିଲା ନାହିଁ । ଏଥିପାଇଁ ସରକାରଙ୍କୁ ଧମକ ଦେଇଛନ୍ତି ଚାଷୀକୂଳ । ନବରଙ୍ଗପୁର ଜିଲ୍ଲା କେରଲାର ଚାଷୀମାନେ ଧାର କରଜ କରି ଧାନ ଚାଷ କରିଥିଲେ । ଆଶାଥିଲା ଧାନ ବିକ୍ରି କରି ଧାର କରଜ ସୁଝିବେ । ହେଲେ ଚାଷୀଙ୍କ ସବୁ ଆଶା ଆଶରେ ରହିଗଲା । ପଛରେ କାଗଜ ପତ୍ର ଦେଇଥିବା ଚାଷୀର କାର୍ଡ ହେଲା, ହେଲେ ପ୍ରଥମରେ କାଗଜପତ୍ର ଦେଇଥିବା ଚାଷୀର କାର୍ଡ ହୋଇ ପାରିନାହିଁ । କୋଷାଗୁମୁଡ଼ା ଲ୍ୟାମ୍ପ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏଭଳି ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।

ଅପରପକ୍ଷେ ନିଜର ଭୁଲ ସ୍ୱୀକାର କରିଛନ୍ତି କୋଷାଗୁମୁଡ଼ା ଲ୍ୟାମ୍ପ ଶାଖା ପରିଚାଳକ । ଏଭଳି ଭୁଲ ପାଇଁ ଚାଷୀମାନେ ହଇରାଣ ହେଉଥିବାରୁ ସେ ନିଜେ ହିଁ ସମସ୍ୟାର ସମାଧାନ କରିବାର ରାସ୍ତା ବାହାର କରିବେ ବୋଲି କହିଛନ୍ତି ।

ନିଜ ଭୁଲ ଥାଇ ସରକାରଙ୍କ ଉପରେ ଦୋଷ ଲଦୁଛନ୍ତି ଶାଖା ପରିଚାଳକ । ତେବେ ଏଥିପାଇଁ ଚାଷୀ କାହିଁକି ସାଜିବେ ଦୋଷୀ ? ଘଟଣାର ତଦନ୍ତ କରି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି ।

Comments are closed.