Latest Odisha News

ଆସନ୍ତୁ ଜାଣିବା କେଉଁଠାରେ ନବରାତ୍ରୀରେ ଖଡ ଖଡିଆ ୫ କୋଟି ଟଙ୍କାରେ ମାଆଙ୍କୁ ସଜାହେଲା

ନେଲ୍ଲୋର: ଆନ୍ଧ୍ରପ୍ରଦେଶର ନେଲ୍ଲୋର ଥିବା କନ୍ୟାକା ପରମେଶ୍ୱରୀ ମନ୍ଦିରରେ ମାଆଙ୍କ ନବରାତ୍ରୀ ଧୂମଧାମରେ ପାଳନ କରାଯାଉଛି । ତେବେ ଟଙ୍କାରେ ମାଆଙ୍କ ସାଜ୍ଜାସଜ୍ଜା ଏବେ ଚର୍ଚ୍ଚାରେ ବିଷୟ ପାଲଟିଛି । ପାଖାପାଖି ୫ କୋଟି ଟଙ୍କାରେ ମନ୍ଦିରକୁ ସଜାଯାଇଛି । ଦେବୀଙ୍କ ମୂର୍ତି ଓ ମନ୍ଦିର କାନ୍ଥଗୁଡିକ ୧୦, ୫୦, ୧୦୦, ୨୦୦,୫୦୦, ୨୦୦୦ ଟଙ୍କାରେ ସଜା ଯାଇଛି ।

୧୦୦ରୁ ଅଧିକ ଆରଏସଏସ କର୍ମୀ ଦିନ ରାତି ଏକକାର କରି ୫ କୋଟି ୧୬ ଲକ୍ଷ ଟଙ୍କାରେ ମନ୍ଦିରକୁ ସଜେଇଥିଲେ । ୪ ବର୍ଷ ପୂର୍ବେ ମନ୍ଦିରର ନବ କଳେବର ହୋଇଥିଲା । ଏ ବାବଦକୁ ୧୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଏବେ ଏଠାକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବାରେ ଲାଗିଛି ।

Leave A Reply

Your email address will not be published.