କଟକ: କନ୍ଧମାଳରେ ଆମ୍ବଟାକୁଆ ଖାଇ ମୃତ୍ୟୁ ଘଟଣା । କଟକ ଏସସିବିରେ ଭର୍ତ୍ତି ହେଲେ ଦୁଇ ଗୁରୁତର । ଗୁରୁତର ଟୁନି ମାଝୀ ଓ ଜିତା ମାଝୀ ଏସସିବି ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଏମକେସିଜିରୁ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ତେବେ ବର୍ତ୍ତମାନ ଏହି ଦୁଇ ଜଣ ଜଣ୍ଡିସ, ଲିଭର ସମସ୍ୟା ଓ ଜ୍ବରରେ ପୀଡ଼ିତ ଥିବା ଜଣାପଡିଛି ।
ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଗଦାପୁର ପଞ୍ଚାୟତର ମଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆରେ ପ୍ରସ୍ତୁତ ଜାଉ ଖାଇ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ଜଣ ଅସୁସ୍ଥ ହୋଇଯାଇଥିଲେ । ତୁରନ୍ତ ସେମାନଙ୍କୁ ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗୁରୁତର ଅବସ୍ଥାରେ ସେଠାରେ ସେମାନଙ୍କ ଚିକିତ୍ସା ଚାଲିଥିବା ବେଳେ ଗତକାଲି ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତୁରନ୍ତ ତାଙ୍କୁ ଏସସିବି ସ୍ଥାନାନ୍ତର କରାଯାଇଛି ।
ତେବେ ଆଦିବାଦୀ ଅଧ୍ୟୁଷିତ ଏହି ଅଞ୍ଚଳରେ ଦାରିଦ୍ର୍ୟ ଏବଂ ସଚେତନତା ଅଭାବରୁ ଅନେକ ସମୟରେ ଲୋକମାନେ ଆମ୍ବ ଟାକୁଆକୁ ଜାଉ ଖାଉଛନ୍ତି । ଯେଉଁଥିପାଇଁ ଏପରି ଘଟଣା ଘଟୁଛି ବୋଲି ବୁଦ୍ଧିଜୀବୀମାନେ ମତ ଦେଉଥିବା ବେଳେ ଖାଦ୍ୟ ବିଷାକ୍ତ କାରଣରୁ ଏହି ଅଘଟଣ ଘଟିଛି ବୋଲି କହିଛନ୍ତି ଡାକ୍ତର ।
Comments are closed.