Latest Odisha News

BREAKING NEWS

ସାମାଜିକ ଦୂରତ୍ବ ନିୟମ ଉଲଘଂନ; ବ୍ରହ୍ମପୁରରେ ଆମ୍ବ ମାର୍କେଟ ବନ୍ଦ

ବ୍ରହ୍ମପୁର: ସାମାଜିକ ଦୂରତା ନିୟମାବଳୀ ଉଲ୍ଲଂଘନ କରିବା ଅଭିଯୋଗରେ ସୋମବାର ଠାରୁ ସହରର ଆନ୍ଧାପାସାଟା ରୋଡରେ ଆମ୍ବ ବଜାର ବନ୍ଦ କରିବାକୁ ବ୍ରହ୍ମପୁର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

“ବାରମ୍ବାର ନିର୍ଦ୍ଦେଶ ସତ୍ବେ ବଜାରରେ ଦୋକାନୀମାନେ ସାମାଜିକ ଦୂରତା ନିର୍ଦ୍ଦେଶାବଳୀ ପାଳନ କରୁନାହାଁନ୍ତି”। ଯାହାଫଳରେ ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ରବିବାର ଦିନ ଜାରି କରାଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି।

ଆହୁରି ମଧ୍ୟ ୧୩୭ଟି କରୋନା ପଜିଟିଭ ମାମଲା ସହ ଗଞ୍ଜାମ ଜିଲ୍ଲା ଓଡ଼ିଶାରେ କରୋନା ହଟସ୍ପଟ୍ ଭାବରେ ଉଭା ହୋଇଛି। ଏହି ଭାଇରସର ବିସ୍ତାରକୁ ଯାଞ୍ଚ କରିବା ପାଇଁ ପ୍ରଶାସନ ସମସ୍ତ ପଦକ୍ଷେପ ନେଉଥିବା ସୂଚନା ମିଳିଛି।

Comments are closed.