ମାଡ୍ରାସ: ପ୍ରତିଷ୍ଠିତ ଫିଲ୍ମମେକର ମଣି ରତ୍ନମ ହଠାତ ଗୁରୁତର ଭାବେ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ସେଠାରେ ଟେଷ୍ଟ ପରେ ତାଙ୍କୁ କୋଭିଡ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି । ତାଙ୍କ ପତ୍ନୀ ସୁହାସିନୀ ମଣି ରତ୍ନମ ଏହି ସୂଚନା ଦେଇଛନ୍ତି । ମଣି ରତ୍ନମ ଏବେ ତାଙ୍କ ଡ୍ରିମ ପ୍ରୋଜେକ୍ଟ ପୋନ୍ନୟିନ ସେଲଭନ ନେଇ ବ୍ୟସ୍ତ ରହୁଥିଲେ । ୫୦୦ କୋଟି ବଜେଟରେ ନିର୍ମିତ ହେଉଥିବା ଏହି ଫିଲ୍ମର ଟିଜର ଏବେ ନିକଟରେ ରିଲିଜ କରାଯାଇଥିଲା । ଦୀର୍ଘ ୧୦ ବର୍ଷ ହେବ ସେ ଏ ନେଇ ବ୍ୟସ୍ତ ରହୁଥିଲେ । ଫିଲ୍ମର ସଙ୍ଗୀତ ଏଆର ରହେମାନ ଦେଇଥିବା ବେଳେ ଐଶ୍ଚର୍ଯ୍ୟା ରାୟ ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ୪ ବର୍ଷ ପରେ ଐଶ୍ଚର୍ଯ୍ୟ ଏହି ମେଗା ବଜେଟ ଫିଲ୍ମ ମାଧ୍ୟମରେ ପତ୍ୟାବର୍ତନ କରୁଛନ୍ତି । ପୋନ୍ନିୟିନ ସେଲଭନ-୧ ଚଳିତ ବର୍ଷ ସେପ୍ଟମ୍ବର ୩୦ରେ ରିଲିଜ ହେବାକୁ ଯାଉଛି ।
BREAKING NEWS
- ଏସୀୟ କ୍ରୀଡ଼ା ୨୦୨୬: ପାକିସ୍ତାନକୁ ହରାଇ ଫାଇନାଲରେ ଭାରତୀୟ ହକି ଦଳ
- Subhadra ShaktiBazaar:ମୁମ୍ବାଇରେ ‘ସୁଭଦ୍ରା ଶକ୍ତି ପପ୍-ଅପ୍ ବଜାର’;ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶିତ
- ଏସୀୟ କ୍ରୀଡ଼ା ଫାଇନାଲ୍: ଭାରତ-ପାକିସ୍ତାନ ମହାମୁକାବିଲା ପୂର୍ବରୁ ହାତମିଳାକୁ ନେଇ ସସପେନ୍ସ
- Ken-Betwa Project: ମଧ୍ୟପ୍ରଦେଶ ପାନ୍ନା ଗାଁରେ ଅଭିନବ ପ୍ରତିବାଦ
- ସାହସୀ ପାଇଲଟଙ୍କ ପାଇଁ ବଡ଼ ଘୋଷଣା: ସ୍ମିତ୍ ମଚ୍ଛାର ପାଇବେ ବିଶିଷ୍ଟ ଗୁଜରାଟ ଗରିମା ସମ୍ମାନ
- Traffic Fines: ଚାଲାଣ ଭରୁନାହାନ୍ତି କି? ସୁପ୍ରିମକୋର୍ଟ ଦେଲେ କଡା ନିର୍ଦ୍ଦେଶ, ଲାଇସେନ୍ସରୁ PUC ଯାଏଁ ସବୁ ସେବା ବନ୍ଦ!
- ନିର୍ବାଚନରେ ରାଜନୈତିକ ଦଳ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ଶିଳ୍ପପତିଙ୍କ ସାହାଯ୍ୟ?
- Actress Pratyusha Banerjee Death case: ବୟଫ୍ରେଣ୍ଡ ରାହୁଲ ରାଜ୍ ସିଂ ଆଶ୍ୱସ୍ତ
- UPI ଛାଡି ନଗଦ ମୁହାଁ ଲୋକେ? ଚାର୍ଜ ଲାଗିବା ଖବର ପରେ ସର୍ଭେରେ ବଡ ଖୁଲାସା, କ୍ୟାସ୍-କାର୍ଡକୁ ଫେରିବେ ୭୬%!
- ଚୌଦ୍ୱାର ଜେଲ୍ର ପୂର୍ବତନ ଅଧୀକ୍ଷକଙ୍କ ଜାମିନ ଆବେଦନ ଖାରଜ

Comments are closed.