Latest Odisha News

BREAKING NEWS

ପ୍ରିକ୍ୱାର୍ଟରରେ ହାରିଲେ ମନିକା

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଭାରତର ପଦକ ଦାବୀଦାର ବିବେଚନା କରାଯାଉଥିବା ଟେବୁଲ ଟେନିସ ତାରକା ମନିକା ବାତ୍ରା ନିରାଶ କରିଛନ୍ତି । ଏଠାରେ ବୁଧବାର ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ପ୍ରି କ୍ୱାର୍ଟର ଫାଇନାଲ ମୁକାବିଲାରେ ମନିକା ଜାପାନର ହୀରାନୁ ମିଓଙ୍କ ନିକଟରୁ ଏକତରଫା ପରାଜୟବରଣ କରିଛନ୍ତି । ୬-୧୧, ୯-୧୧, ୧୪-୧୨, ୮-୧୧ ଓ ୬-୧୧ ପଂଏଟରେ ମନିକା ପରାଜିତ ହୋଇଥିଲେ । ପ୍ରଥମ ୨ଟି ଗେମ ହାରିବା ପରେ ସେ ତୃତୀୟ ଗେମକୁ ଜିତି ମ୍ୟାଚରେ ରୋମାଂଚ ଭରିଥିଲେ । ମାତ୍ର ମିଉ ତାଙ୍କୁ କୌଣସି ସୁଯୋଗ ପ୍ରଦାନ ନ କରି ବାକି ୨ଟି ଗେମ ଜିତିବା ସହ ମ୍ୟାଚକୁ ଜିତି ନେଇଥିଲେ ।

ବିଳମ୍ବିତ ରାତିରେ ମହିଳା ସିଙ୍ଗଲ୍ସ ଟିଟିରେ ଶ୍ରୀଜା ଆକୁଲା ବିଶ୍ୱର ଏକ ନମ୍ବର ଖେଳାଳି ଚୀନର ସନ ୟିଙ୍ଗିସାଙ୍କୁ ଭେଟିବେ । ଯଦି ସେ ଏହି ମ୍ୟାଚରେ ଜିିତିବେ ତେବେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବେ । ଶ୍ରୀଜା ସିଙ୍ଗାପୁରର ଜିଆନ ଝେଙ୍ଗ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରି ପ୍ରି କ୍ୱାର୍ଟରକୁ ଉନ୍ନୀତ ହୋଇଥିଲେ ।

Comments are closed.