Latest Odisha News

ପ୍ରଧାନମନ୍ତ୍ରୀଙ୍କୁ ୪୦ ବିଧାୟକଙ୍କ ଚିଠି: ମଣିପୁରରୁ ଆସାମ ରାଇଫଲ୍ସକୁ ଫେରାଇ ନେବାକୁ ଦାବି

ଇମ୍ଫାଲ: ମଣିପୁରରୁ ଆସାମ ରାଇଫଲ୍ସକୁ ଫେରାଇ ନେବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି। ମୋଦୀଙ୍କୁ ଚିଠି ଲେଖିଲେ ମଣିପୁରର ୪୦ ବିଧାୟକ। ଆସାମ ରାଇଫଲ୍ସକୁ ଫେରାଇ ଅନ୍ୟ କେନ୍ଦ୍ରୀୟ ବଳ ମୁତୟନ କରିବା ପାଇଁ ଏହି ଚିଠି ଜରିଆରେ ଦାବି କରାଯାଇଛି।

କେବଳ ବିଧାୟକ ନୁହେଁ ବରଂ ପୋଲିସ ଡିପାର୍ଟମେଣ୍ଟ ମଧ୍ୟ ଆସାମ ରାଇଫଲ୍ସ ଉପରେ କ୍ଷୁବ୍ଧ ହୋଇଥିବା ଦେଖିବାକୁ ମିଳିଛି। ଆସାମ ରାଇଫଲ୍ସ ବିରୋଧରେ ଏକ ମାମଲା ରୁଜୁ କରିଛି ମଣିପୁର ପୋଲିସ। ବିଷ୍ଣୁପୁରରେ ଆତଙ୍କୀ ରୋକିବାରେ ଆସାମ ରାଇଫଲ୍ସ ପ୍ରତିବନ୍ଧକ ହୋଇଥିବା ନେଇ ସୂଚନା ଦେଇଛି ପୋଲିସ ବିଭାଗ। ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ଏହି ଦାବି ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ।

Comments are closed.