Latest Odisha News

ମନୀଷ ଅଗ୍ରୱାଲଙ୍କୁ ଆଶ୍ୱସ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରହିତାଦେଶ ଲଗାଇଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର: ତତ୍କାଳୀନ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ଆଶ୍ୱସ୍ତି। ପିଏ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲାରେ ମନୀଷ ଅଗ୍ରୱାଲଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରହିତାଦେଶ ଲଗାଇଲେ ସୁପ୍ରିମକୋର୍ଟ। ହତ୍ୟା ଅଭିଯୋଗରୁ ମନୀଷଙ୍କୁ ମୁକ୍ତ କରିଥିଲେ ହାଇକୋର୍ଟ। କିନ୍ତୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଓ ଅପରାଧିକ ଷଢଜନ୍ତ୍ର ରଚିଥିବା ନେଇ ମାମଲା ଚାଲିବ ବୋଲି କହିଥିଲେ ହାଇକୋର୍ଟ।

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ ମନୀଷ। ସୂଚନା ଅନୁସାରେ ଗତ ୨୦୧୯ ମେ ମାସ ୨୭ ତାରିଖରେ ଦେବ ନାରାୟଣ ପଣ୍ଡା ନିଖୋଜ ହୋଇଯାଇଥିଲେ। ଦିନକ ପରେ ସତିଗୁଡ଼ା ଡ୍ୟାମରୁ ତାଙ୍କର ମୃତଦେହ ମିଳିଥିଲା। ଦେବ ନାରାୟଣଙ୍କୁ ଜିଲ୍ଲାପାଳ ହତ୍ୟା କରିଥିବା ନେଇ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲା ମୃତକଙ୍କ ପରିବାର। ଏଥିରେ ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଓ ତାଙ୍କ ୩ ସହଯୋଗୀ ସଂପୃକ୍ତ ଥିବା ନେଇ କୁହାଯାଉଥିଲା। ଆଉ ଏହି ମାମଲାର ତଦନ୍ତ କରୁଥିଲା କ୍ରାଇମବ୍ରାଞ୍ଚ।

Comments are closed.