Latest Odisha News

BREAKING NEWS

ମନିଷ ଅନୁରାଗ ମୃତ୍ୟୁ ମାମଲା: ଅଭିଯୁକ୍ତଙ୍କୁ ରିମାଣ୍ଡ ଆବେଦନର ଆଜି ଶୁଣାଣି

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷ ଅନୁରାଗଙ୍କ ମୃତ୍ୟୁ ମାମଲାରେ ଅଭିଯୁକ୍ତଙ୍କ ମୁହଁରୁ ସତ ଉଗାରିବ କମିଶନରେଟ ପୋଲିସ । ସେମାନଙ୍କୁ ରିମାଣ୍ଡରେ ନେଇ ଅଧିକ ତଥ୍ୟ ହାସଲ କରିବ । ଆଜି ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ରିମାଣ୍ଡ ଆବେଦନର ଶୁଣାଣି ରହିଛି । ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି ପୋଲିସ । କୋର୍ଟ କେତେ ଦିନ ଅନୁମତି ଦେବେ ତାଉପରେ ନଜର ରହିଛି ।

ମନିଷଙ୍କ ମୃତ୍ୟୁ ମାମଲାରେ ଗିରଫ ହୋଇଛନ୍ତି ଅମ୍ରିତ ପ୍ରୀତମ୍, ଦୀନେଶ ମହାପାତ୍ର ଓ ମୃତ୍ୟୁଞ୍ଜୟ ମିଶ୍ର । ଗତକାଲି ସେମାନଙ୍କର ଜାମିନ ଖାମିନ ଖାରଜ ହେବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ହୋଟେଲରେ ବିଲ୍ ପେମେଣ୍ଟକୁ ନେଇ ପାଟିତୁଣ୍ଡ ଓ ପରେ ହାତାହାତିରେ ମନିଷଙ୍କର ମୃତ୍ୟୁ ହୋଇଥିବା କହିଥିଲା ପୋଲିସ ।

ତିନି ଅଭିଯୁକ୍ତ ହୋଟେଲ୍ ବାହାରେ ମନିଷଙ୍କୁ ଆକ୍ରମଣ କରିଥିଲେ । ସାଙ୍ଗମାନଙ୍କ ଆକ୍ରମଣରେ ମନୀଷଙ୍କର ମୃତ୍ୟୁ ହୋଇଥିଲା । ପ୍ରମାଣ ନଷ୍ଟ କରିବାକୁ ପୋଖରୀରେ ମୃତଦେହ ଫୋପାଡି ଚମ୍ପଟ ମାରିଥିଲେ ୩ ଅଭିଯୁକ୍ତ । ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଦଫା ୩୬୪ (କ), ୩୦୨ ଓ ୨୦୧ରେ ମାମଲା ରୁଜୁ ହୋଇଛି ।

Leave A Reply

Your email address will not be published.