Latest Odisha News

BREAKING NEWS

କାଲି ଘରକୁ ଫେରିବେ ମଞ୍ଜୁଳା, ସାପ କାମୁଡ଼ାରେ ଗୁରୁତର ପରେ ଚାଲିଥିଲା ଚିକିତ୍ସା

କଟକ : ସୁସ୍ଥ ହେଉଛନ୍ତି ସାପ କାମୁଡ଼ାରେ ଗୁରୁତର ହୋଇପଡ଼ିଥିବା ମଞ୍ଜୁଳା ଅନ୍ତି । ଆସନ୍ତାକାଲି ଘରକୁ ଫେରିବେ ନବରଙ୍ଗପୁରର ଝିଅ ମଞ୍ଜୁଳା । ଦୁଇଟି ଅପରେସନ ପରେ ହାତ ଭଲ ହୋଇଛି । ଆଗକୁ ଫିଜିଓ ଥେରାପି ଦରକାର । ଏସସିବି ପ୍ଲାଷ୍ଟିକ ସର୍ଜରୀ ବିଭାଗ ମୁଖ୍ୟ ଡାକ୍ତର ବିଭୂତି ନାୟକ ଏହି ସୂଚନା ଦେଇଛନ୍ତି । ସାପ କାମୁଡାରେ ସେ ମାସାଧିକ କାଳ ଯନ୍ତ୍ରଣାରେ ଛଟପଟ ହେବା ପରେ, ଗତ ଜୁଲାଇ ୧୪ ତାରିଖରେ ତାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା । କଟକରେ ତାଙ୍କର ସମସ୍ତ ଚିକିତ୍ସା ବିନା ମୂଲ୍ୟରେ କରାଯାଇଛି ।

ନାଗସାପ ଚୋଟରେ ମଞ୍ଜୁଳାଙ୍କର ଡାହାଣ ହାତ କ୍ଷତିଗ୍ରସ୍ତ ହୋଇଥିଲା । ଚିକିତ୍ସା ଅଭାବରୁ ଡାହାଣ ହାତ ପଚିବା ଆରମ୍ଭ କରିଥିଲା । ସାପ କାମୁଡ଼ିବା ପରେ ପରିବାର ଲୋକ ତାଙ୍କୁ ପ୍ରଥମେ ଉମରକୋଟ, ପରେ ନବରଙ୍ଗପୁର ଓ ତା’ପରେ କୋରାପୁଟ ମେଡିକାଲକୁ ନେଇଥିଲେ । ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ମେଡିକାଲ ନେବାକୁ ପରାମର୍ଶ ଦେଇଥିଲେ କୋରାପୁଟର ଡାକ୍ତର । କିନ୍ତୁ ଅର୍ଥ ଅଭାବରୁ ମଞ୍ଜୁଳାଙ୍କୁ ପରିବାର ଲୋକ ବ୍ରହ୍ମପୁର ନେଇ ପାରିନଥିଲେ । ସେବେଠୁ ଝିଅଟି ଯନ୍ତ୍ରଣାରେ ଛଟପଟ ହେଉଥିଲା । ଏହି ଖବର ଜଣାପଡିବା ପରେ ମଞ୍ଜୁଳାର ଚିକିତ୍ସା ପାଇଁ ଅଣ୍ଟା ଭିଡ଼ିଥିଲା ପ୍ରଶାସନ । ଏବେ ସେ ସଂପୂର୍ଣ୍ଣ ସୁସ୍ଥ ହୋଇଥିବାରୁ ଏସ୍‌ସିବି ମେଡିକାଲରୁ ଡିସଚାର୍ଜ ହେବେ ।

Comments are closed.