Latest Odisha News

ଦକ୍ଷିଣ କୋରିଆରୁ ଟାଏକୋଣ୍ଡୋ ପ୍ରଶିକ୍ଷଣ ନେଇ ଫେରିଲେ ମନମୋହନ, ଅଭିଜିତ

ପୁରୀ: ଦକ୍ଷିଣ କୋରିଆରେ ୩୧ ମେରୁ ଜୁନ ୯ ପର୍ଯ୍ୟନ୍ତ ବିଶ୍ୱସ୍ତରୀୟ ଟାଏକୋଣ୍ଡୋ ପ୍ରଶିକ୍ଷଣ ଶିବିର ମୁଜୁଠାରେ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱର ୧୪ଟି ଦେଶରୁ ୬୧ଜଣ ବଛା ବଛା କ୍ରୀଡାବିତଙ୍କୁ ଏଥିପାଇଁ ମନୋନୀତ କରାଯାଇଥିଲା । ସେମାନେ ପ୍ରୋଗ୍ରାମର ମୂଖ୍ୟ ଚୁଲମୀନଙ୍କଠାରୁ ସାର୍ଟିଫିକେଟ ଗ୍ରହଣ କରିଥିଲେ । ପୁରୀର ଦୁଇ କ୍ରୀଡାବିତ ମନମୋହନ ଭଞ୍ଜ ଓ ଅଭିଜିତ ସାହୁ ଏହି ପ୍ରଶିକ୍ଷଣ ପାଇଁ ଦକ୍ଷିଣ କୋରିଆ ଯାଇଥିଲେ । ସେମାନେ ଫେରିବା ପରେ ତାଙ୍କୁ ପୁରୀରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ପୁରୀ ବିଧାୟକ ସୁନୀଲ ମହାନ୍ତି, ଓଡିଶା ଟାଏକୋଣ୍ଡୋ ସଂଘର ସଭାପତି ବ୍ୟୋମକେଶ ଅଭିଳାଷ ପ୍ରସାଦ, ଧବଳେଶ ମହାପାତ୍ର ଓ ଅଜୟ କୁମାର ସାହୁ ଏହି ଅବସରରେ ଉପସ୍ଥିିତ ଥିଲେ ।

ପ୍ରଶିକ୍ଷକ ମନମୋହନ ଭଞ୍ଜ ୨୦୨୩ ଜୁଲାଇ ମାସରେ ଅନ୍ତର୍ଜାତୀୟ ମାଷ୍ଟର ଇନ୍‌ଷ୍ଟ୍ରକ୍ଟର ଏବଂ ବ୍ଲାକ ବେଲ୍ଟ ପରୀକ୍ଷକ ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସମର୍ଥ ହୋଇପାରିଛନ୍ତି । ଖାଲି ଏତିକି ନହେଁ ସେ ମଧ୍ୟ ଓଡ଼ିଶା ତାଏକୋଣ୍ଡୋ ସଙ୍ଘର ସାଧାରଣ ସମ୍ପାଦକ ଦାୟିତ୍ୱକୁ ସୁଚାରୁ ରୂପେ ସମ୍ପାଦିତ କରିଆସୁଛନ୍ତି । ସେହିଭଳି ମନୋନୀତ ହୋଇଥିବା ପ୍ରଶିକ୍ଷକ ଅଭିଜିତ୍ ସାହୁ ଜାତୀୟସ୍ତରର ଜଣେ ସୁନାମଧନ୍ୟ ପ୍ରଶିକ୍ଷକ । ଯେଉଁ ହାତଗଣତି ଓଡ଼ିଆ ତାଏକୋଣ୍ଡୋ ଖେଳାଳି କେତେଜଣ ଏନ.ଆଇ.ଏସ କୋଚିଂ ପାଠ୍ୟକ୍ରମ ସାରିବାରେ ସଫଳ ହୋଇଛନ୍ତି ତା’ଭିତରୁ ଅଭିଜିତ୍ ସାହୁ ଏକ ପ୍ରମୁଖ ନାମ ।

Leave A Reply

Your email address will not be published.