Latest Odisha News

BREAKING NEWS

ମନମୋହନ ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର, କରୋନାରେ ଥିଲେ ଆକ୍ରାନ୍ତ 

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଏନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ମନମୋହନ ସିଂହ ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା ।

ମନମୋହନ ସିଂହ କରୋନାରେ ଆକ୍ରାନ୍ତ ହେବାର କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ଚିଠି ଲେଖି କରୋନା ମୁକାବିଲା ନେଇ ସେ କେତେଗୁଡ଼ିଏ ପରାମର୍ଶ ଦେଇଥିଲେ । ଟିକାକରଣ ପ୍ରକ୍ରିୟାକୁ ଅଧିକ ତ୍ବରାନ୍ବିତ କରିବାକୁ ବି ପରାମର୍ଶ ଦେଇଥିଲେ । ଦିଲ୍ଲୀରେ କୋରୋନା ସ୍ଥିତି ଉଦବେଗଜନକ ରହିଥିଲା ବେଳେ ରାଜ୍ୟ ସରକାର ସେଠାରେ ୬ ଦିନିଆ ଲକଡାଉନ ଘୋଷଣା କରିଛନ୍ତି । 

Leave A Reply

Your email address will not be published.