Latest Odisha News

BREAKING NEWS

ଭାରତ ବନ୍ଧୁତା ଜାଣେ, ଉଚିତ ଜବାବ ଦେବା ବି ଜାଣେ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସୀମାରେ ଭାରତ-ଚୀନ୍ ଉତ୍ତେଜନା ସ୍ଥିତିକୁ ନେଇ ସାରା ଦେଶ ଆଶଙ୍କା ଭିତରେ ଥିବା ବେଳେ ଆଜି ଦେଶବାସୀଙ୍କ ପାଇଁ ବଡ ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମନ୍ କି ବାତ୍ କାର୍ଯ୍ୟକ୍ରମରେ ମୋଦି କହିଛନ୍ତି ଯେ, ଭାରତ ବନ୍ଧୁତା ରକ୍ଷା କରିବା ଜାଣେ, କିନ୍ତୁ ଆଖିରେ ଆଖି ମିଶାଇ ଉଚିତ ଜବାବ ଦେବା ବି ଜାଣେ ।

ପ୍ରଧାନମନ୍ତ୍ରୀ ନିଜ ରେଡିଓ ବାର୍ତ୍ତାରେ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, ଲଦ୍ଦାଖରେ ଯେଉଁ ବୀର ଯବାନ ମାନେ ସହିଦ ହୋଇଛନ୍ତି, ସେମାନଙ୍କ ନିକଟରେ ସାରା ଦେଶ କୃତଜ୍ଞ ଓ ନତମସ୍ତକ । ସାର୍ବଭୌମତ୍ୱ ଏବଂ ସୀମା ସୁରକ୍ଷା କରିବାରେ ଭାରତର ଶକ୍ତି ଓ ସଂକଳ୍ପବଦ୍ଧତାକୁ ସାରା ବିଶ୍ୱ ଦେଖିଛି । ଆମର ବୀର ସୈନିକ ମାନେ ଦେଖାଇଦେଇଛନ୍ତି ଯେ, ସେମାନେ ଭାରତମାତାର ଗୌବରକୁ କଦାବି କ୍ଷୁର୍ଣ୍ଣ ହେବାକୁ ଦେବେନାହିଁ ।

Leave A Reply

Your email address will not be published.