Latest Odisha News

ଆଜି ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମନୋହର ଖଟ୍ଟର

ଚଣ୍ଡିଗଡ: ନିକଟ ଅତୀତରେ ହରିୟାଣା ବିଧାନସଭା ନିର୍ବାଚନରେ ଝୁଲା ସରକାରକୁ ନେଇ ଗଢି ଉଠିଥିବା ସମସ୍ତ କଳ୍ପନାଜଳ୍ପନାର ପରିଶେଷରେ ଅନ୍ତ ଘଟିଛି । ଏହି ପରିପ୍ରେକ୍ଷୀରେ ରବିବାର ଦିନ ହରିୟାଣାରେ ବିଜେପି ମନୋହର ଲାଲ୍ ଖଟ୍ଟରଙ୍କ ନେତୃତ୍ୱରେ ପୁଣିଥରେ ସରକାର ଗଠନ ହେବାକୁ ଯାଉଛି ।

ପ୍ରାପ୍ତ ସୂଚନାନୁଯାୟୀ ଆଜି ଅପରାହ୍ନରେ ରାଜ୍ୟପାଳ ଏହି ନୂଆ ସରକାରକୁ ଶପଥ ପାଠ କରାଇବାର କାର୍ଯ୍ୟକ୍ରମ ରହିଛି ।

ଏପରିକି ମେଣ୍ଟ ସରକାର ଭାବେ ହରିୟାଣାରେ ଶାସନ କରିବାକୁ ଯାଉଥିବା ବିଜେପିର ମନୋହର ଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ଏବଂ ଜନନାୟକ ଜନତା ପାର୍ଟି (ଜେଜେପି)ର ମୁଖ୍ୟ ଦୁଷ୍ୟନ୍ତ ଚୌଟାଲା ମଧ୍ୟ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।

ଉଲ୍ଲେଖଯୋଗ୍ୟ, ନିକଟ ଅତୀତରେ ହରିୟାଣାରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ୪୦ଟି ଆସନ ଅକ୍ତିଆର କରିଥିବା ବେଳେ କଂଗ୍ରେସ ୩୧, ଜେଜେପି ୧୦ ଏବଂ ଅନ୍ୟାନ୍ୟ ୯ଟି ଆସନ ହାତେଇ ପାରିଥିଲା ।

Comments are closed.