Latest Odisha News

BREAKING NEWS

ଗୁଆଟେମାଲାର ରାଷ୍ଟ୍ରଦୂତ ନିଯୁକ୍ତ ହେଲେ ଓଡ଼ିଆ ଆଇଏଫଏସ ଅଧିକାରୀ

ଦିଲ୍ଲୀ :ଗୁଆଟେମାଲାର ରାଷ୍ଟ୍ରଦୂତ ଭାବେ ନିଯୁକ୍ତ ହେଲେ ଓଡିଆ ଆଇଏଫ୍ଏସ୍ ଅଧିକାରୀ ।୨୦୦୦ ବ୍ୟାଚର ଭାରତୀୟ ବିଦେଶ ସେବା ଅଧିକାରୀ ମନୋଜ କୁମାର ମହାପାତ୍ର କେନ୍ଦ୍ରୀୟ ଆମେରିକୀୟ ଦେଶ ଗୁଆଟେମାଲା ପାଇଁ ଭାରତୀୟ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ ହୋଇଛନ୍ତି । ମନୋଜ ଖୁବ୍ ଶିଘ୍ର ନିଜର କାର୍ଯ୍ୟଭାର ଗ୍ରହଣ କରିବେ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ସେ ପୂର୍ବରୁ ବାଣିଜ୍ୟମନ୍ତ୍ରୀଳୟ ୱାସିଂଟନରେ ଥିବା ଭାରତୀୟ ଦୂତବାସ ଓ ନ୍ୟୁୟର୍କରେ ଥିବା ଭାରତୀୟ କନସୁଲେଟରେ ଡେପୁଟି କନସୁଲ ଜେନେରାଲ ଭାବେ ଅବସ୍ଥାପିତ ଥିଲେ । ହେଲେ ଏବେ ସେ ଗୁଆଟେମାଲାର ରାଷ୍ଟ୍ରଦୂତ ନିଯୁକ୍ତି ପାଇଛନ୍ତି ।

Leave A Reply

Your email address will not be published.