ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ହେତୁ ଅନେକ ଦିନରୁ ବହୁ ଅସୁବିଧାର ସମ୍ମୁଖୀନ କରୁଛନ୍ତି ଲୋକେ । ଏଥି ସହିତ ଦୀପାବଳୀରେ ପ୍ରଦୂଷଣ ବୃଦ୍ଧି ହେବାନେଇ ଏହା ଉପରେ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି । ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏକ ବିବୃତ୍ତିରେ କହିଛନ୍ତି ଯେ, ବିଜେପି ନେତାମାନେ ଲୋକଙ୍କୁ ବାଣ ଫୁଟାଇବା ପାଇଁ ଉତ୍ସାହିତ କରିଛନ୍ତି ।
ସେ କହିଛନ୍ତି ଯେ ବିଜେପି ନେତାଙ୍କ ନିର୍ଦ୍ଦେଶରେ କେତେକ ନିର୍ଦ୍ଧିଷ୍ଟ ସ୍ଥାନରେ ଜାଣି ଜାଣି ବାଣ ଫୁଟାଯାଇଛି । ଯଦିଓ କିଛି ଲୋକ ଏହି ନିର୍ଦ୍ଦେଶର ପାଳନ କରିନାହାନ୍ତି । ଗୋପାଳ ରାୟଙ୍କ ଏହି ବିବୃତ୍ତିର ପାଲଟା ଜବାବ ଦେଇଛନ୍ତି ବିଜେପି ନେତା ମନୋଜ ତିୱାରୀ ।
ମନୋଜ ତିୱାରୀ କହିଛନ୍ତି ଯେ, ଆମ୍ ଆଦମୀ ପାର୍ଟି ହିନ୍ଦୁ ପର୍ବକୁ ଘୃଣା କରେ । ମନୋଜ ଆପ୍ ସରକାର ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ଦଶ ଦିନ ପୂର୍ବରୁ ଯେତେବେଳେ ଏକ୍ୟୁଆଇ (AQI) ସ୍ତର ୧୦୦୦ ଥିଲା, ସେତବେଳେ କିଏ ବାଣ ଫୁଟଉଥିଲା, ନିଜର ଦଷ ଦେଖ ନାହିଁ । ସେ କହିଛନ୍ତି ଯେ, ଆମ୍ ଆଦମୀ ପାର୍ଟି ବିଫଳ ହୋଇଛି ପ୍ରଦୂଷଣ ହ୍ରାସ କରିବାରେ ।
କିଏ ଲୋକମାନଙ୍କୁ ଉତ୍ତେଜିତ କରୁଛି ସେ ବିଷୟରେ ପ୍ରମାଣ ଦିଅ । ହିନ୍ଦୁ ପର୍ବରେ ସେମାନଙ୍କର ସମସ୍ୟା ଥିବାରୁ ଏମାନେ ଲୋକମାନଙ୍କ ଦୀପ ଜଳାଇବାରେ ମଧ୍ୟ ଏମାନଙ୍କୁ ପ୍ରଦୂଷଣ ବୃଦ୍ଧି ପାଇବାର ଦେଖାଯିବ ।
Comments are closed.