Latest Odisha News

ମନୋରଞ୍ଜନ ପାଣିଗ୍ରାହୀ ଓଡ଼ିଶାର ପ୍ରଧାନ ମୁଖ୍ୟ ଆୟକର କମିଶନର

ଭୁୂବନେଶ୍ୱର: ଭାରତୀୟ ରାଜସ୍ବ ସେବା (ଆଇଆରଏସ)ର ବରିଷ୍ଠ ଅଧିକାରୀ ମନୋରଞ୍ଜନ ପାଣିଗ୍ରାହୀ ଓଡ଼ିଶାର ପ୍ରଧାନ ମୁଖ୍ୟ ଆୟକର କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ସୋମବାର ନୂଆ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ପାଣିଗ୍ରାହୀ ଏବେ ଓଡ଼ିଶା, ବିହାର ଓ ଝାଡ଼ଖଣ୍ଡରେ ଦାୟିତ୍ୱ ତୁଲାଇବେ।

୧୯୮୮ ମସିହାରୁ ଆଇଆରଏସର ସଦସ୍ୟ ଥିବା ମନୋରଞ୍ଜନ ପାଣିଗ୍ରାହୀ ପୂର୍ବରୁ ପଶ୍ଚିମବଙ୍ଗ ଓ ସିକ୍କିମରେ ଅତିରିକ୍ତ ଦାୟିତ୍ୱ ତୁଲାଇଥିଲେ। ଏହା ପୂର୍ବରୁ ସେ କଟକରେ ଆୟକର ବିଭାଗର ପ୍ରମୁଖ କମିଶନର ଭାବେ କାର୍ଯ୍ୟ କରିବା ସହ ୫ ବର୍ଷ ଧରି ଓଡ଼ିଶା ସଂସ୍କୃତି, ସୂଚନା ଓ ଲୋକସମ୍ପର୍କ ବିଭାଗର ସଚିବ ଭାବେ ଦାୟିତ୍ୱ ତୁଲାଇଥିଲେ।

Comments are closed.