ବରଗଡ଼: ମଙ୍ଗଳବାର ନଦୀରେ ଭାସୁଥିବା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା ଏବେ ରହସ୍ୟ ଘେରରେ ରହିଛି। ମୃତକ ହେଲେ ପଦ୍ମପୁର ଥାନା ଅନ୍ତର୍ଗତ ବାରିକେଲା ଗ୍ରାମର ଗଣପତି ବେହେରା। ଗତ କିଛି ବର୍ଷ ହେବ ସେ ସହରର ଏକ ମହିଳା ମହାବିଦ୍ୟାଳୟରେ କାର୍ଯ୍ୟରତ ଥିଲେ।
ଆଜି ସକାଳେ ଗାଁର କିଛି ଲୋକ ନଦୀରେ ତାଙ୍କ ମୃତଦେହ ଭାସୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ପଦ୍ମପୁର ଥାନା ଅଧିକାରୀଙ୍କ ସମେତ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପାଣିରୁ ଉଦ୍ଧାର କରିଥିଲେ। ପରେ ସେମାନେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲେ। ଗଣପତିଙ୍କ ମୃତ୍ୟୁର କାରଣ ପ୍ରାଥମିକ ତଦନ୍ତରୁ ଜଣାପଡ଼ି ନଥିବା ପୁଲିସ କହିଛି। ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ଏହା ଜଣାପଡ଼ିବ। ସେପଟେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି।
Comments are closed.