ନୂଆଦିଲ୍ଲୀ: ଭାରତ ସରକାର ଚଳିତ ଥର ଖେଳ ରତ୍ନ ପୁରସ୍କାର ପାଇଁ ମୋଟ ୪ ଜଣ ଖେଳାଳିଙ୍କୁ ଚୟନ କରିଛନ୍ତି।
ସେମାନଙ୍କ ମଧ୍ୟରେ ରହିଛନ୍ତି ଶୁଟିଂ ଚାମ୍ପିୟନ ମନୁ ଭାକର ଏବଂ ଚେସ ଚମ୍ପିୟନ ଡି.ଗୁକେଶ। ତେବେ ଏଥିସହିତ ୩୨ ଜଣଙ୍କୁ ଅର୍ଜୁନ ପୁରସ୍କାର ପାଇଁ ମଧ୍ଯ ଚୟନ କରାଯାଇଛି।
ଗତ ବର୍ଷ ପ୍ୟାରିସ୍ ଅଲିମ୍ପିକ୍ସରେ ମନୁ ଭାକର ଭାରତ ପାଇଁ ଦୁଇଟି ପଦକ ଜିତିଥିଲେ ଏବଂ ଅପରପକ୍ଷରେ ଡି.ଗୁକେଶ ବିଶ୍ୱ ଜୁନିଅର ଚେସ ଚାମ୍ପିଅନସିପ ଜିତି ନିଜର ନୂତନ ପରିଚୟ ସୃଷ୍ଟି କରିଥିଲେ।
ସେହିପରି ଜାନୁଆରୀ ୧୭ରେ ଭାରତୀୟ ହକି ଦଳର ଅଧିନାୟକ ହରମନପ୍ରୀତ ସିଂ ଏବଂ ପାରା ଆଥଲେଟ୍ ପ୍ରବୀଣ କୁମାରଙ୍କୁ ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ପୁରସ୍କାର ପ୍ରଦାନ କରାଯିବ। ପ୍ୟାରିସ୍ ଅଲିମ୍ପିକ୍ସରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ବ୍ରୋଞ୍ଜ ପଦକ ଜିତି ଭାରତୀୟ ହକି ଦଳ ଦେଶ ପାଇଁ ଗର୍ବ ଆଣିଦେଇଥିଲା।
ତେବେ ଏହି ସମସ୍ତ ଖେଳାଳିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ମାନିତ କରିବେ ବୋଲି ଜଣାପଡିଛି।
Comments are closed.