Latest Odisha News

BREAKING NEWS

ମନୁଙ୍କ ପଛରେ ପଡିଛନ୍ତି ୪୦ରୁ ଊର୍ଦ୍ଧ୍ୱ ବ୍ରାଣ୍ଡସ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ପ୍ରଦର୍ଶନ ମାଧ୍ୟମରେ ଭାରତୀୟ ଶୁଟର ମନୁ ଭାକେର ଏବେ ଷ୍ଟାର ପାଲଟି ଯାଇଛନ୍ତି । ଅଲିମ୍ପିକ୍ସରେ ସେ ୨ଟି ବ୍ରୋଞ୍ଜ ପଦକ ଜିତିବା ସହ ଅନ୍ୟ ଏକ ମୁକାବିଲାରେ ୪ର୍ଥ ସ୍ଥାନରେ ରହିଥିଲେ । ରିପୋର୍ଟ ମୁତାବକ ୪୦ରୁ ଅଧିକ ବ୍ରାଣ୍ଡ ମନୁଙ୍କ ପଛରେ ପଡିଛନ୍ତି । ସେମାନେ ଏଥିପାଇଁ ତାଙ୍କୁ କୋଟି କୋଟି ଟଙ୍କା ଦେବା ପାଇଁ ପ୍ରସ୍ତୁତ ଅଛନ୍ତି । ଟୋକିଓ ଅଲିମ୍ପିକ୍ସରେ ନୈରାଶ୍ୟଜନକ ପ୍ରଦର୍ଶନ କରିବା ପରେ ମନୁ ସଫଳତାର ସହ ପ୍ରତ୍ୟାବର୍ତନ କରିଥିଲେ । ଏବେ ଭାରତ କଣ ସାରା ବିଶ୍ୱର ନଜର ତାଙ୍କ ଉପରେ ରହିଛି । ପୂର୍ବରୁ ତାଙ୍କ ବ୍ରାଣ୍ଡ ଭାଲ୍ୟୁ ୨୦ରୁ ୨୫ ଲକ୍ଷ ଥିବା ବେଳେ ଏବେ ଏହା ୧.୫ କୋଟି ଟଙ୍କାରେ ପଂହଚିଛି ।

ଏହା ମଧ୍ୟରେ କେତେକ ବ୍ରାଣ୍ଡସ ମନୁଙ୍କ ସହ କୌଣସି ପ୍ରକାରର ଚୁକ୍ତି ନ କରି ମନଇଚ୍ଛା ତାଙ୍କ ଫଟୋ ବ୍ୟବହାର କରିଛନ୍ତି । ଯାହାକୁ ନେଇ ୫୦ ଲିଗାଲ ନୋଟିସ ପଠାଯାଇଛି । ଆଇଓଏସ ସ୍ପୋର୍ଟ୍ସ ଆଣ୍ଡ ଏଂଟରଟେନମେଂଟ ସିଇଓ ନୀରବ ତୋମାର ଏହି ସୂଚନା ଦେଇଛନ୍ତି । ଏସିଆନ ଗେମ୍ସ, ରାଜ୍ୟଗୋଷ୍ଠୀ କ୍ରୀଡା ଓ ଅଲିମ୍ପିକ୍ସର ଫିଭର କମିବା ପରେ ବିଜ୍ଞାପନ କମ୍ପାନୀମାନେ ଆଥଲେଟଙ୍କୁ ଗୁରୁତ୍ୱ ଦେଇ ନ ଥାନ୍ତି । ଡିଜିଟାଲ ଫିଲ୍ଡ ଅପେକ୍ଷା ଦୀର୍ଘକାଳୀନ ଚୁକ୍ତି ପାଇଁ ଆମେ ଉଦ୍ୟମ କରୁଛୁ ବୋଲି ତୋମାର କହିଛନ୍ତି । ଏହା ଦ୍ୱାରା ଜଣେ ଆଥଲେଟ ଭଲ ଭାବେ ଲାଭପ୍ରଦ ହୋଇପାରିବ ।

Comments are closed.