ନୂଆପଡ଼ା:ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ମେନପୁର ଥାନା ସାତମାରି ପାହାଡରେ ଏକ ମାଓକ୍ୟାମ୍ପ ଠାବ ହୋଇଛି । ମାଓକ୍ୟାମ୍ପରୁ ବନ୍ଧୁକ,ମାଗାଜିନ୍ ସହ ଅନେକ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷା ବାହିନୀ। ସାତମାରି ପାହାଡ଼ରେ ମାଓକ୍ୟାମ୍ପ ନେଇ ଗୁଇନ୍ଦା ସୂଚନା ମିଳିଥିଲା ।
ଖବରମୁତାବକ, ନୂଆପଡ଼ା ଡିଭିଜନ ମାଓ ସଂଗଠନ ଦ୍ଵାରା ମାଟିତଳେ ବନ୍ଧୁକ ଓ ବିସ୍ଫୋରକ ସାମଗ୍ରୀ ଲୁଚାଇଥିବା ଖବର ଜଣାପଡ଼ିଥିଲା। ସୂଚନା ପରେ ଗରିଆବନ୍ଧ ଜିଲ୍ଲା ଇ-୩୦ ପୁଲିସ ଟିମ୍ ପକ୍ଷରୁ ପାହାଡ଼ରେ ସର୍ଚ୍ଚ ଅପରେସନ କରାଯାଇଥିଲା। ସେହି ମାଓକ୍ୟାମ୍ପରୁ ବନ୍ଧୁକ,ମାଗାଜିନ୍ ସହ ଅନେକ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।
ଏପଟେ ସୁରକ୍ଷା ବାହିନୀଙ୍କ କମ୍ବିଂ ଅପରେସନ ଜାରି ରହିଥିବା ଗରିଆବନ୍ଧ ଏସପି ସୂଚନା ଦେଇଛନ୍ତି ।