ମାଲକାନଗିରି: ମାଓବାଦୀଙ୍କ ଆଡ୍ଡାସ୍ଥଳୀ ଉପରେ ଏସ୍ଟିଏଫ ଓ ସିଆରପିଏଫର ମିଳିତ ଚଢାଉ ଚଢାଉ । ଓଡିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲର ପଶ୍ଚିମ ସିଂହଭୂମ ଅଞ୍ଚଳରେ ଚଢାଉ କରିଛି ଏସ୍ଟିଏଫ ଓ ସିଆରପିଏଫ । ଚଢ଼ାଉରେ ୫ କେଜି ବିଶିଷ୍ଟ ୫ଟି ଆଇଡି, ଡେଟୋନେଟର, ବ୍ୟାନର ସହ ପୋଷ୍ଟର ଏବଂ ରେଡ଼ିଓ ଏବଂ ଅନ୍ୟ ମାଓ ସାମଗ୍ରୀ ଜବତ ହୋଇଛି ।
ସୂଚନା ଅନୁସାରେ, ସରଣ୍ଡା ଜଙ୍ଗଲର ପଶ୍ଚିମ ସିଂହଭୂମ ଅଞ୍ଚଳରେ ମାଓବାଦୀମାନେ ରହୁଥିବା ନେଇ ବିଶେଷ ସୁତ୍ରରୁ ଖବର ପାଇଥିଲେ ସୁରକ୍ଷାକର୍ମୀ । ଏହାପରେ ଏସ୍ଟିଏଫ ଓ ସିଆରପିଏଫର ଆରମ୍ଭ ହୋଇଥିଲା ଚଢ଼ାଉ । ଚଢ଼ାଉରେ ୫ କେଜି ବିଶିଷ୍ଟ ୫ଟି ଆଇଡି, ଡେଟୋନେଟର, ବ୍ୟାନର ସହ ପୋଷ୍ଟର ଏବଂ ରେଡ଼ିଓ ଏବଂ ଅନ୍ୟ ମାଓ ସାମଗ୍ରୀ ଜବତ ହୋଇଛି । ସେହିଭଳି ୧୬ ଟି ମାଓ ବଙ୍କରକୁ ମଧ୍ୟ ଧ୍ୱଂସ କରାଯାଇଛି ।
Comments are closed.