Latest Odisha News

କରୋନାରେ ମାଓ ନେତା ମୃତ

ମାଲକାନଗିରି : ପୁଣି କରୋନାରେ ଜଣେ ମାଓବାଦୀ ମୃତ । କରୋନା ନେଲା ଆନ୍ଧ୍ର ଓଡିଶା ଛତିଶଗଡ଼ ତିନିରାଜ୍ୟର ଟୋପ ହାର୍ଡଖୋର ମାଓନେତା ବିନୋଦର ଜୀବନ । ବହୁ ଚର୍ଚ୍ଚିତ ୨୦୧୩ ମସିହା ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟ ସୁକୁମା ଜିଲ୍ଲାର ଝିରମ ଘାଟିରେ ୩୨ ଜଣଙ୍କୁ ହତ୍ୟା କରିଥିଲା ଏହି ମାଓ ନେତା । ଛତିଶଗଡ଼ ପ୍ରଦେଶ କଂଗ୍ରେସ କମିଟିର ମୁଖ୍ୟ ନନ୍ଦକୁମାର ପଟେଲଙ୍କ ସମେତ ବିଦ୍ୟା ଚରଣ ଶୁକ୍ଳା ଓ ମହେନ୍ଦ୍ର କର୍ମାଙ୍କ ଭଳି ୩୨ ଜଣ କଂଗ୍ରେସ ନେତାଙ୍କୁ ହତ୍ୟା କରାଯାଇଥିଲା ।

ଦୁର୍ଦ୍ଦାନ୍ତ ମାଓ ନେତା ବିନୋଦ କରୋନା ରେ ଆକ୍ରାନ୍ତ ହୋଇ ଜଙ୍ଗଲରେ ଚିକିତ୍ସାଧିନ ରହିଥିବା ବେଳେ ତାହାର ମୃତ୍ୟୁ ହୋଇଛି । ଏନେଇ ତେଲେଙ୍ଗାନା କତାଗୁଡ଼େମ ଏସପି ସୁନିଲ ଦତ୍ତ ଓ ସୁକୁମା ଏସପି ସୁନିଲ ଶର୍ମା କହିଛନ୍ତି । ପୂର୍ବରୁ ବିନୋଦ ଆନ୍ଧ୍ର ଓଡିଶା ଛତିଶଗଡ଼ ଭଳି ତିନି ରାଜ୍ୟରେ ନିଜର ଦବାଦବା ଜାହିର କରିବା ସହ ଅନେକ ହିଂସାକାଣ୍ଡ ଭିଆଇଥିବା ପୋଲିସ କହିଛି।

Leave A Reply

Your email address will not be published.