ନ୍ୟୁୟର୍କ: ଆମେରିକାରେ ରହସ୍ୟମୟ ଢ଼ଙ୍ଗରେ ପକ୍ଷୀଙ୍କ ମୃତ୍ୟୁ ଘଟୁଥିବା ଦେଖିବାକୁ ମିଳିଛି । କେଉଁ ରୋଗରେ ଆକ୍ରାନ୍ତ ହୋଇ ସେମାନେ ମୃତ୍ୟୁବରଣ କରୁଛନ୍ତି ତାହାର ତଦନ୍ତ ଚାଲିଛି । ଷ୍ଟାରଲିଙ୍ଗସ, ବ୍ଲୁ ଜେଜ, ଗ୍ରେକଲ୍ସଙ୍କ ପରୀ ପକ୍ଷୀ ମରିବା ପରୋକ୍ଷରେ ମହାମାରୀର ଆଶଙ୍କା ସୃଷ୍ଟି କରିଛି । ସାଧାରଣତଃ ସାଲମୋନେଲା ଓ କ୍ଲାମାୟିଡିଆ ବ୍ୟାକ୍ଟେରିଆ ସଂକ୍ରମଣ ଯୋଗୁ ପକ୍ଷୀମାନେ ମରିଥାନ୍ତି । ମାତ୍ର ଏଥର ଏହି କାରଣ ଯୋଗୁ ପକ୍ଷୀ ମରୁ ନାହାନ୍ତି ବୋଲି ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି । ୨ ମାସ ତଳେ ଭର୍ଜିନିଆ, ୱାଶିଂଟନ ଓ ମେରୀଲ୍ୟାଣ୍ଡରେ ଏ ଭଳି କିଛି ଘଟଣା ସମ୍ମୁଖକୁ ଆସିଥିଲା । ମାତ୍ର ଏହା ଅନ୍ୟ ସବୁ ଅଂଚଳରେ ଦେଖିବାକୁ ମିଳିଛି, ଯାହାକୁ ନେଇ ବୈଜ୍ଞାନିକମାନେ ଚିନ୍ତା ବ୍ୟକ୍ତ କରିଛନ୍ତି ।
ଆନିମଲ ୱେଲଫେୟାର ଲିଗ ଅଫ ଆଲିଂଟନ ସଂସ୍ଥାର ପ୍ରବକ୍ତା ଚେଲସୀ ଜୋନ୍ସଙ୍କ ମତରେ ସଂକ୍ରମିତ ହେବା ପରେ ପକ୍ଷୀମାନେ ସେମାନଙ୍କ ଦୃଷ୍ଟିଶକ୍ତି ହରାଉଛନ୍ତି । ଦିଗ ନିର୍ଦ୍ଧାରଣ କରି ନ ପାରିବାରୁ ସେମାନେ ପଥଭ୍ରଷ୍ଟ ହେବା ସହ ଭ୍ରମିତ ହେଉଛନ୍ତି । ସେମାନେ ନ୍ୟୁରୋଲୋଜିକାଲ ସମସ୍ୟାରେ ପଡୁଛନ୍ତି । ଏହାର ସ୍ପଷ୍ଟ କାରଣ ଖୋଜିବା ଜରୁରୀ ବୋଲି ସେ କହିଛନ୍ତି । ଲୋକମାନଙ୍କୁ ପକ୍ଷୀଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଇଛି ।
BREAKING NEWS
- Rubio meets Jaishankar: ଭାରତର ପ୍ରଶଂସାରେ ଆମେରିକା ବୈଦେଶିକ ମନ୍ତ୍ରୀ, କହିଲେ, ‘ବିଶୋଧନକାରୀ ମହାଶକ୍ତି’, ଜୟଶଙ୍କର-ରୁବିଓଙ୍କ ମଧ୍ୟରେ ହେଲା ବଡ ବୈଠକ!
- Deepveer baby Devi: ନବମୀରେ ଦୀପିକା-ରଣବୀରଙ୍କ ଘରକୁ ଆସିଲେ ମା’ ଦୁର୍ଗା, ନାଁ ରଖିଲେ ‘ଦେବୀ’!
- ଆସୁଛି ଆଉ ଏକ ଲଘୁଚାପ, ଜାଣନ୍ତୁ ଓଡ଼ିଶାରେ ପ୍ରଭାବ…
- କୋଟିଆ ଉପରେ ନିୟମିତ ନଜର ରଖିବେ ଜିଲ୍ଲାପାଳ ଓ SP
- ରାଜଧାନୀରେ ଦୁର୍ଗାପୂଜା ଭସାଣୀରେ ବାଜିବନି DJ
- ପୂର୍ବତନ କ୍ରିକେଟର ତଥା ସାଂସଦ ୟୁସୁଫ ପଠାଣଙ୍କୁ ଗୁଜୁରାଟ ସରକାରଙ୍କ ବଡ ଉପହାର
- ବିସ୍କୁଟରେ ମିଶୁଛି ଚୋକଡ, କ୍ଷୀରରେ ଡ଼ିଟରଜେଣ୍ଟ; ଏଫଏସଏସଏଆଇ ବଡ଼ କାର୍ଯ୍ୟାନୁଷ୍ଠାନ…
- ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟିର ଗଞ୍ଜେଇ ଜବତ, ୩ ଅଟକ…
- ଟାଇଗର ଶ୍ରଫ୍ଙ୍କୁ ଫାୟାରିଂ ପଛର ସତ୍ୟ ବାହାର କଲା ପୋଲିସ: ଚାକିରି ଓ ଟଙ୍କା ଲୋଭରେ କରାଯାଇଥିଲା ଆକ୍ରମଣ
- ଦେଶବାସୀଙ୍କୁ ମୋହନ ଭାଗବତଙ୍କ ସମ୍ୱୋଧନ: କହିଲେ, ଏକତା ଓ ପ୍ରଗତି ରାସ୍ତାରେ ଆମେ ଆଗକୁ ବଢ଼ିବା ଦରକାର

Comments are closed.