Latest Odisha News

BREAKING NEWS

ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ପୁଣି ମାଓ ହିଂସା; ଜଣେ ଯବାନ ଆହତ

ମାଲକାନଗିରି: ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ପୁଣି ମାଓ ହିଂସା । ନକ୍ସଲ ପନ୍ଥିଙ୍କ ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣରେ ଜଣେ ଯବାନ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଗୋଟିଏ ଗାଈ ପ୍ରାଣ ହରାଇଥିବା ଜଣା ପଡ଼ିଛି ।

ସୋନପୁର କୁନ୍ଦଲା ରାସ୍ତାରେ ଯବାନଙ୍କୁ ଟାର୍ଗେଟ କରି ମାଓବାଦୀ ଲ୍ୟାଣ୍ଡ୍‌ମାଇନ୍‌ ଖଞ୍ଜିଥିବା ଜଣାପଡ଼ିଛି। ଆହତ ଯବାନଙ୍କୁ ଅଧିକ ଚିକିତ୍ସା ପାଇଁ ନାରାୟଣପୁର ସଦର ହସ୍ପିଟାଲକୁ ନିଆଯାଇ ଥିବା ବେଳେ ସମ୍ପୃକ୍ତ ଅଞ୍ଚଳରେ କୁମ୍ବିଙ୍ଗ ଅପରେସନ ଜୋରଦାର କରାଯାଇଥିବା ନାରାୟଣପୁର ଏସପି ନିରଜ ଚନ୍ଦ୍ରାକାର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.